ନୂଆଦିଲ୍ଲୀ: ଏବେ ବ୍ରେସଲେଟ ରୋକିବ ଆପଣଙ୍କ ଖରାପ ଅଭ୍ୟାସ । ସଧାରଣତଃ କିଛି ଲୋକଙ୍କର ଫାଷ୍ଟଫୁଡ ଖାଇବା, ଖାଲି ସମୟରେ ନିଜର ନଖ କାମୁଡିବା ଭଳି ବଦଭ୍ୟାସକୁ ଏବେ ରୋକିବା ପାଇଁ ତିଆରି ହୋଇଛି ହ୍ୟାଣ୍ଡ ବ୍ରେସଲେଟ ।
ଏହି ବ୍ରେସଲେଟ ବ୍ୟବହାର କରିବା ଦ୍ବାରା ଆପଣଙ୍କ ଖରାପ ଅଭ୍ୟାସ ଯୋଗୁଁ ଏହା ଦେଇଥାଏ 350 ଭୋଲ୍ଟର ଇଲେକ୍ଟ୍ରିକ ସକ। ଏହି ବ୍ରେସଲେଟର ଦାମ18 ହଜାର ବୋଲି ଜଣାପଡିଛି । କେବଳ ଫାଷ୍ଟ ଫୁଡ ନୁହେଁ, ଅତ୍ୟଧିକ ଧୂମପାନ, ଅଧିକ ଶୋଇବା, ଅଧିକ ଟଙ୍କା ଖର୍ଚ୍ଚ କରିବା ଓ ଅଧିକ ସମୟ ଇଣ୍ଟରନେଟରେ ବିତାଇବା ଭଳି ବଦଭ୍ୟାସକୁ ଦୋହରାଇଲେ ଖାଇବେ ସକ୍।
ଏହି ବ୍ରେସଲେଟ ଥରେ ଚାର୍ଜ ହେବାପରେ 150 ଥର ସକ୍ ଦେଇପାରେ। ୟୁଟାରେ ତିଆରି କରାଯାଇଛି ଏହି ବ୍ରେସଲେଟ। ମାତ୍ର 3-4 ଦିନ ଭିତରେ ଆପଣଙ୍କ ଖରାପ ଅଭ୍ୟାସ ବଦଳିବା ଦେଖିବାକୁ ପାଇବେ ବୋଲି କହିଛି କମ୍ପାନୀ।