ETV Bharat / bharat

ଫେଲ୍ ମାରିଛି ମୋଦିଙ୍କ 21 ଦିନିଆ କୋରୋନା ଲଢେଇ: ଶିବସେନା

author img

By

Published : Jul 7, 2020, 1:20 PM IST

କୋଭିଡ-19 ସ୍ଥିତିକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ଶିବସେନା । ଶିବସେନାର ‘ସାମନା’ରେ ବାହାରିଥିବା ଏକ ଆର୍ଟିକିଲରେ ସରକାରଙ୍କୁ ଟାର୍ଗେଟ କରାଯାଇଛି ।

 ଶିବସେନା
ଶିବସେନା

ନୂଆଦିଲ୍ଲୀ: କୋଭିଡ-19 ସ୍ଥିତିକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ଶିବସେନା । ମୋଦି ସରକାର 21 ଦିନରେ କୋରୋନାକୁ ସମାପ୍ତ କରିବାକୁ କହିଥିଲା ବେଳେ 100 ଦିନରୁ ଉର୍ଦ୍ଧ୍ବ ହେବା ସତ୍ତ୍ବେ ଭାରତ କୋରୋନା ମୁକ୍ତ ହୋଇପାରିନି ବୋଲି ଶିବସେନା ଅଭିଯୋଗ କରିଛି ।

ଶିବସେନାର ‘ସାମନା’ରେ ବାହାରିଥିବା ଏକ ଆର୍ଟିକିଲରେ ଲେଖାଯାଇଛି ଯେ, କୋଭିଡ-19 ଲଢେଇ ମହାଭାରତ ଲଢେଇଠାରୁ ବି ଅଧିକ ଶକ୍ତିଶାଳୀ । ମହାମାରୀ ଯୁଦ୍ଧ 2021 ଯାଏଁ ବଳବତ୍ତର ରହିବ ବୋଲି ଏଥିରେ ଲେଖାଯାଇଛି । ଏହାସହ କୋଭିଡ-19 ଟୀକା ମଧ୍ୟ ଚଳିତ ବର୍ଷ ବାହାରିବା ଅସମ୍ଭବ । ଭାରତ କୋଭିଡ-19 ମୁକାବିଲାରେ ବିଫଳ, ଏହାର ପରିଣାମ ହେଲା ବିଶ୍ବରେ ଭାରତ ବର୍ତ୍ତମାନ କୋରୋନା ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି ବୋଲି ଏଥିରେ ଲେଖା ରହିଛି ।

ଅର୍ଥନୈତିକ ସ୍ଥିତିରେ ବିଶ୍ବଶକ୍ତି ହେବାକୁ ଚେଷ୍ଟା କରୁଥିବା ଭାରତରେ ବର୍ତ୍ତମାନ ଦିନକୁ 25 ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଋଷକୁ ମଧ୍ୟ ପଛରେ ପକେଇଦେଲା ଭାରତ । ମହାଭାରତର ଯୁଦ୍ଧ 18 ଦିନ ଲାଗିଥିଲା ବେଳେ 21 ଦିନରେ କୋଭିଡ-19କୁ ପରାସ୍ତ କରିବା ପାଇଁ ମୋଦିଙ୍କୁ ପ୍ରତିଶୃତି ଫେଲ୍ ମାରିଛି ବୋଲି ଲେଖାଯାଇଛି ।

ମହାରାଷ୍ଟ୍ରରେ ଆରୋଗ୍ୟ ହାର ବୃଦ୍ଧି ପାଉଛି ମାତ୍ର ଏବେବି କେତେକ ଅଞ୍ଚଳରେ କୋରୋନା ସଂକ୍ରମଣ ଅଧିକ ରହିଛି । ଥାନେ ବର୍ତ୍ତମାନ କୋଭିଡ ହଟସ୍ପଟ । ମହାରାଷ୍ଟ୍ରରେ ରାଜନେତା ଠାରୁ ଆରମ୍ଭ କରି ପୋଲିସ, ସ୍ବାସ୍ଥକର୍ମୀ କୋରୋନାରେ ସଂକ୍ରମିତ ହେଉଛନ୍ତି । କୌଣସି ଦଳର ନାଁ ନନେଇ ଶିବସେନା ପ୍ରଶ୍ନ କରିଛି ଯେ, କେତେ ଦିନ ପାଇଁ ଲକଡାଉନ୍ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.