ETV Bharat / bharat

ନିଜାମୁଦ୍ଦିନ ସମାବେଶ ଆୟୋଜକଙ୍କୁ ଶିବସେନାର ସମାଲୋଚନା

author img

By

Published : Apr 3, 2020, 2:23 PM IST

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ତବଲିଗୀ ଜାମାତ ମଣ୍ଡଳୀର ଆୟୋଜକ ମାନଙ୍କୁ ଶିବସେନାର ପାର୍ଟି ମୁଖପାତ୍ର 'ସାମାନା'ର ଏକ ସମ୍ପାଦକୀୟ ମାଧ୍ୟମରେ ସମାଲୋଚନା କରାଯାଇଛି । ସମ୍ପାଦକୀୟ କୁହାଯାଇଛି ଏହି ଘଟଣା ଦେଶରେ କୋରୋନା ଭାଇରସ ବ୍ୟାପିବା ନେଇ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

shiv-sena-slams-organisers-of-nizamuddin-gathering
ନିଜାମୁଦ୍ଦିନ ସମାବେଶର ଆୟୋଜକଙ୍କୁ ସମାଲୋଚନା କଲା ଶିବସେନା

ମୁମ୍ବାଇ: ଶିବସେନାର ଦଳୀୟ ମୁଖପାତ୍ର ସାମନାରେ ଦିଲ୍ଲୀରର ନିଜାମୁଦ୍ଦିନ ଧର୍ମୀୟ ମର୍କଜ ସଭାକୁ ସମାଲୋଚନା କରାଯାଇଛି । ଶିବସେନା କହିଛି ମହାମାରୀ କୋରୋନା ଭାଇରସ୍ ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଧାର୍ମିକ ମଣ୍ଡଳୀ ଆୟୋଜନ କରିବା ଏକ ଅମାନବୀୟ କାର୍ଯ୍ୟ ।

ଜାତୀୟ ରାଜଧାନୀର ନିଜାମୁଦ୍ଦିନ ଠାରେ ଥିବା ତବଲିଗୀ ଜମାତର ମୁଖ୍ୟାଳୟରେ ମେଗା ସମାବେଶ ସମଗ୍ର ଦେଶରେ ତଥା ବିଦେଶରୁ ଆସିଥିବା ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହା ଦେଶରେ ମହାମାରୀ କୋରୋନା ବିସ୍ତାର ପାଇଁ ଏକ ପ୍ରମୁଖ ଉତ୍ସ ପାଲଟିଥିଲା । ପାର୍ଟିର ମୁଖପାତ୍ର 'ସାମାନା'ର ଏକ ସମ୍ପାଦକୀୟରେ ଶିବସେନା କହିଛନ୍ତି, "ଇସଲାମ ନାମରେ ଏଭଳି ଏକ ଧର୍ମୀୟ ସଭା ଦ୍ବାରା ଏହି ଲୋକମାନେ କ’ଣ ଧାର୍ମିକ ଏବଂ ଜାତୀୟ ସେବା କରିଛନ୍ତି । ପ୍ରକୃତରେ ଏହା ଏକ ଅମାନବୀୟ ତଥା ମହାନ ଅବହେଳା ।" ସେହିଭଳି ଇସଲାମ ଦେଶରେ ମସଜିଦ ବନ୍ଦ କରାଯାଇଛି ଏବଂ ଲୋକଙ୍କୁ ନିଜ ଘରେ ନମାଜ ପାଠ କରିବାକୁ କୁହାଯାଇଛି ଏବଂ ମକ୍କା ମଦିନାରେ ମଧ୍ୟ ତାଲା ପଡିଛି । ଏହା ସହ ସମ୍ପାଦକୀୟ କହିଛନ୍ତି ଏହି ଘଟଣା ଦେଶରେ କୋରୋନା ଭାଇରସ୍ ବ୍ୟାପିବା ନେଇ ଚିନ୍ତା ବଢାଇଛି ।

ଏହି କାର୍ଯ୍ୟକ୍ରମରେ ଦେଶର 22ଟି ରାଜ୍ୟ ଓ ଆଠଟି ବିଦେଶୀ ଦେଶର 5000 ରୁ ଅଧିକ ଲୋକଙ୍କର ଏକ ଧର୍ମୀୟ ସଭା ଆୟୋଜନ ହୋଇଥିଲା । 5000 ଅଂଶଗ୍ରହଣକାରୀଙ୍କ ମଧ୍ୟରୁ 2,000 ବିଦେଶୀ ଥିଲେ । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯେଉଁମାନେ ହିନ୍ଦୁ-ମୁସଲମାନ ରାଜନୀତିରେ ଖେଳିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସମସ୍ୟା ସହଜ ହୋଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.