ETV Bharat / bharat

ଏନସିପିକୁ ଅଠାୱଲେଙ୍କ ଅଫର, ବିଜେପିକୁ ସମର୍ଥନ କଲେ ମିଳିବ ବଡପଦ - ରାମଦାସ ଅଠାୱଲେ

ଶିବସେନାକୁ ବିଜେପି ସହ ହାତ ମିଳାଇବାର ଆବଶ୍ୟକତା ଥିବା ଅଠାୱଲେ ନିଜ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଅଧିକ ପଢନ୍ତୁ...

ଏନସିପିକୁ ଅଠାୱଲେଙ୍କ ଅଫର, ଶିବସେନାକୁ ବିଜେପି ସାଥିରେ ଆସିବାକୁ ପରାମର୍ଶ

author img

By

Published : Sep 28, 2020, 7:02 PM IST

ମୁମ୍ବାଇ: ଶିବସେନା ଓ ଏନସିପିକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଶିବସେନାକୁ ବିଜେପି ସହ ହାତ ମିଳାଇବାର ଆବଶ୍ୟକତା ଥିବା ଅଠାୱଲେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଯଦି ଶିବସେନା ଆମ ସାଥିରେ ଆସିବାକୁ ନ ଚାହୁଁଛି, ତାହେଲେ ରାଜ୍ୟର ବିକାଶ ପାଇଁ ଏନସିପିକୁ ଏନଡିଏରେ ସାମିଲ କରାଇବା ପାଇଁ ଶରଦ ପାୱାରଙ୍କୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଏହା ବଦଳରେ ପଦ ପଦବୀର ଲୋଭ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଭବିଷ୍ୟତରେ ଏଥିପାଇଁ ବଡ ପଦ ମିଳିବ । ଏନସିପି ମୁଖ୍ୟ ଯଦି ଶିବସେନା ସହ ରହିବାକୁ ଚାହୁଁଛନ୍ତି ତାହେଲେ କୌଣସି ଲାଭ ହେବନାହିଁ ।

ଏହାପୂର୍ବରୁ ଅଠାୱଲେ କହିଥିଲେ ଯେ ଶିବସେନା ବିଜେପି ସହ ସରକାର ଗଠନ କରିବା ଉଚିତ ଏବଂ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ଉଚିତ। ଏହି ପ୍ରଶ୍ନ ସୁଶାନ୍ତ ମୃତ୍ୟୁ ଘଟଣାର ତଦନ୍ତକୁ ପ୍ରଭାବିତ କରିବ ନାହିଁ ବୋଲି ପଚରାଯିବାରୁ ସେ କହିଥିଲେ ଯେ ନା, ଏହାର ତଦନ୍ତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସାକ୍ଷାତକୁ ନେଇ ରାଜନୀତି ତେଜିବାକୁ ଲାଗିଛି। ଏହି ଗୁପ୍ତ ବୈଠକ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ରବିବାର ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିବାକୁ ଯାଇଥିଲେ। ତେବେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.