ETV Bharat / bharat

ଵିଜେପିର ନିଷ୍ପତ୍ତିକୁ ଶିବସେନାର ଟାର୍ଗେଟ୍ ! ଶବଦାହ ଶୋଭାଯାତ୍ରାରୁ ମଦ ଦୋକାନକୁ ନେଇ କଟାକ୍ଷ - କୋଭିଡ୍ ନ୍ୟୁଜ୍

ଏକ ଶବ ଶୋଭାଯାତ୍ରାରେ ସର୍ଵାଧିକ 20ଜଣ ଲୋକ ସାମିଲ୍ ହେଵେ। ସାମାଜିକ ଦୂରତା ଅବଲମ୍ବନ କରି ଶବଦାହ କରିବେ। କିନ୍ତୁ ଗୋଟିଏ ମଦ ଦୋକାନ ସାମ୍ନାରେ ମଦ କିଣିବାକୁ 1000 ଲୋକ ଟଣାଭିଡା ହୋଇ ପାରିଵେ ବୋଲି କଟାକ୍ଷ ଢଙ୍ଗରେ ଟ୍ୟୁଇଟର୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଶିଵସେନା ନେତା ସଞ୍ଜୟ ରାଉତ୍।

siba sena
ଵିଜେପିର ନିଷ୍ପତ୍ତିକୁ ଶିବସେନାର ଟାର୍ଗେଟ୍ ! ଶବଦାହ ଶୋଭାଯାତ୍ରାରୁ ମଦ ଦୋକାନକୁ ନେଇ କଟାକ୍ଷ
author img

By

Published : May 9, 2020, 12:40 PM IST

ମୁମ୍ବାଇ: ଏ କେମିତିକା ଯୁକ୍ତି ! ଏକ ଶବ ଶୋଭାଯାତ୍ରାରେ ସର୍ଵାଧିକ 20ଜଣ ଲୋକ ସାମିଲ୍ ହେଵେ। ସାମାଜିକ ଦୂରତା ଅବଲମ୍ବନ କରି ଶବଦାହ କରିବେ। କିନ୍ତୁ ଗୋଟିଏ ମଦ ଦୋକାନ ସାମ୍ନାରେ ମଦ କିଣିବାକୁ 1000 ଲୋକ ଟଣାଭିଡା ହୋଇ ପାରିଵେ। ସାମାଜିକ ଦୂରତା ପ୍ରତିବନ୍ଧକ ମାନିଵା ବି ଆଵଶ୍ୟକ ନାହିଁ। ଏ କେଉଁ ଭଳି ନିୟମ ? କେମିତିକା ନିଷ୍ପତ୍ତି ? ଦାହ ହେଵାକୁ ଯାଉଥିବା ଶବ ଦେହରେ ଜୀବନ ନଥାଏ ପରନ୍ତୁ ମଦ ଦୋକାନରେ କଣ ଜୀବନ ଥାଏ ? ଵୋଲି ଟ୍ୟୁଇଟର୍ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଶିଵସେନା ନେତା ସଞ୍ଜୟ ରାଉତ୍। ସେ କଟାକ୍ଷ କରି କହିଛନ୍ତି ଯେ, ସାମ୍ପ୍ରତିକ ଶିକ୍ଷିତ ତଥା ମାର୍ଜିତ ସମାଜରେ କୌଣସି ସରକାରୀ ନିଷ୍ପତ୍ତି ଯେଵେ ଠିକ୍ ଢଙ୍ଗରେ ପର୍ଯ୍ୟଵେଷିତ ନହୁଏ-ସମାଲୋଚନା ହେଵା ଥୟ ! କେନ୍ଦ୍ରର ଏକ ନିଷ୍ପତ୍ତିକୁ ଏଵେ ସିଧା ଟାର୍ଗେଟ୍ କରିଛି ଶିଵସେନା। ଏ ବାବଦରେ ଶିବସେନା ପକ୍ଷରୁ ଶ୍ରୀ ରାଉତ ଏକ ଟ୍ୟୁଇଟ୍ କରିଥିଲେ। ଯାହା କ୍ରମଶଃ ଭାଇରାଲ୍ ହେଉଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗୃହ ମନ୍ତ୍ରଣାଳୟ (MHA)ର ଯୁଗ୍ମ ସଚିବ ପୁଣିଆ ସାଲିଲା ଶ୍ରୀବାସ୍ତବ ପୂର୍ବରୁ ଘୋଷଣା କରିଥଲେ ଯେ, ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିବାହ କାର୍ଯ୍ୟକ୍ରମରେ 50 ରୁ ଅଧିକ ବ୍ୟକ୍ତିଙ୍କୁ ସମାବେଶ ପାଇଁ ଅନୁମତି ଦିଆଯାଇନଥାଏ ଏବଂ ଶଵ ଶୋଭାଯାତ୍ରା ବା ଶଵଦାହ କାର୍ଯ୍ୟରେ 20 ରୁ ଅଧିକ ବ୍ୟକ୍ତି ଅନୁମତି ପାଇନଥିଲେ। ତେଵେ ମଦର ଖୋଲାଖୋଲି ବେଆଇନ ବିକ୍ରି ଉପରେ ଆଙ୍ଗୁଠି ଦେଖେଇଛି ଶିବସେନା।

ଦେଶରେ ମଦ ବିକ୍ରିର ପୁନଃ କାର୍ଯ୍ୟକ୍ରମ ଆରମ୍ଭକୁ ଲୋକ ତଥା ରାଜ୍ୟ ସରକାର ସ୍ୱାଗତ କରିଥିବା ବେଳେ ଏହା କୋଭିଡ୍-19 ମାମଲାରେ ବୃଦ୍ଧି କରାଇବାର ଚିନ୍ତା ବଢାଇ ଦେଇଛି। କାରଣ' ଲୋକମାନେ ମଦ କିଣିବା ପାଇଁ ସାମାଜିକ ଦୂରତା ନିୟମକୁ ଖଣ୍ଡନ କରୁଛନ୍ତି। ଏଵେ ଅନଲାଇନ୍ ମଦ ବିକ୍ରି କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।

ଗତ ମାସରେ, ଏମ୍ ଏନ୍ ଏସ୍ ମୁଖ୍ୟ ରାଜ୍ ଠାକରେ ତାଙ୍କ ସମ୍ପର୍କୀୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ୍ ଠାକରେଙ୍କୁ ମଦ ଦୋକାନ ଖୋଲିବାକୁ ଅନୁମତି ଦେବାକୁ କହିଥିଲେ। ଏହି କଷ୍ଟ ସମୟରେ ଏହା ରାଜସ୍ୱ ପ୍ରବାହକୁ ନିଶ୍ଚିତ କରିବ। ରାଜସ୍ଵ ବୃଦ୍ଧି ଲକ୍ଷ ରଖିଥାଇ ପାରେ। ହେଲେ ମଦ ବିକ୍ରି ସମସ୍ୟା ଅନେକ ସମସ୍ୟାକୁ ଡାକି ଆଣିଲାଣି।

ଏହା ମଧ୍ୟ ଜଣାଯାଇଛି ଯେ, ଏଵେ ଉଦ୍ଧବ୍ ଠାକରେ ସରକାର ମଦ ଦୋକାନରେ ଲୋକଙ୍କୁ ଏକାଠି ନହେବା ପାଇଁ ମଦ୍ୟପାନକୁ ଘରେ ପହଁଞ୍ଚାଇବାକୁ ଅନୁମତି ଦେଉଛନ୍ତି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ପୂର୍ବରୁ କହିଥିଲେ ଯେ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ସପକ୍ଷରେ ନାହାଁନ୍ତି। ତେଵେ ଯାହା ହେଉ ମଦ ଦୋକାନ କିମ୍ବା ଅନଲାଇନ୍ ମାଧ୍ୟମରେ ବିକ୍ରୟ ହେଲେ ବି ସାମାଜିକ ଦୂରତା ବଜାୟ ରଖିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି। ଯାହା ଦେଶପାଇଁ ଏକ ସଂକଟ ସମୟ ଡାକି ଆଣୁଛି ଵୋଲି ଚର୍ଚ୍ଚା ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.