ନୂଆଦିଲ୍ଲୀ: ପ୍ରିୟଙ୍କା ଚର୍ତ୍ତୁବେଦୀଙ୍କୁ ହତ୍ୟା ଧମକ । ନିକଟରେ କଂଗ୍ରେସ ହାତ ଛାଡି ଶିବସେନାରେ ଯୋଗଦେଇଥିବା ପ୍ରିୟଙ୍କା ଚର୍ତୁବେଦୀଙ୍କୁ ଟ୍ବିଟରରେ ହତ୍ୟା ଧମକ ମିଳିଛି ।
ତେବେ ଆଶିଷ୍ ନାମକ ଜଣେ ୟୁଜର ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ ଏବଂ ଶିବସେନା ନଗର ସେବିକା ଶୀତଲ ମାହତ୍ରେଙ୍କ ବିରୋଧରେ ଟ୍ବିଟରରେ ଅପଶଦ୍ଦ ବ୍ୟବହାର କରି ହତ୍ୟା ଧମକ ଦେଇଛନ୍ତି । ଏହି ଘଟଣାକୁ ନେଇ ପ୍ରିୟଙ୍କା ଚର୍ତୁବେଦୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।
ତେବେ ଏହି ଘଟଣା ପରେ ପ୍ରିୟଙ୍କା ଚର୍ତୁବେଦୀ ଏହି ଟ୍ବିଟକୁ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରି ଲେଖିଛନ୍ତି 'ଅସହମତି ସହ୍ୟନୀୟ କିନ୍ତୁ ଧମକ ସହ୍ୟନୀୟ ନୁହେଁ ।