ETV Bharat / bharat

ସୋମବାର ଶିବସେନା ଗଢିବ ସରକାର! ରାଜଭବନରେ ଆଦିତ୍ୟ ଠାକରେ

author img

By

Published : Nov 11, 2019, 7:06 PM IST

ମହାରାଷ୍ଟ୍ର ରାଜଭବନରେ ପହଞ୍ଚିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଶିବସେନା ବିଧାୟକ ଦଳନେତା ଏକନାଥ ସିନ୍ଦେ ମଧ୍ୟ ଆଦିତ୍ୟଙ୍କ ସହ ଉପସ୍ଥିତ ଅଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ମହରାଷ୍ଟ୍ରରେ କ୍ଷମତାକୁ ନେଇ ସଂଘର୍ଷରେ ଶିବସେନାର ଏକ ପ୍ରକାର ବିଜୟ ହୋଇଛି। ସୋମବାର ମହାରାଷ୍ଟ୍ର ମହାନାଟକର ଯବନିକା ପଡିବା ନେଇ ପୂର୍ବାଭାସ ମିଳିଛି। ଏପରିସ୍ଥଳେ ମହାରାଷ୍ଟ୍ରର ରାଜଭବନରେ ପହଞ୍ଚିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଶିବସେନାର ବିଧାୟକ ଦଳନେତା ନିର୍ବାଚିତ ହୋଇଥିବା ଏକନାଥ ସିନ୍ଦେ ମଧ୍ୟ ଆଦିତ୍ୟଙ୍କ ସହ ଉପସ୍ଥିତ ଅଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିପାରନ୍ତି ଆଦିତ୍ୟ ଠାକରେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଶିବସେନା 24 ଘଣ୍ଟାର ସମୟ ମାଗିଛି।

ରବିବାର ସରକାର ଗଠନ ନେଇ ହାତ ଟେକିଦେଇଥିଲା ବିଜେପି । ଏହାପରେ ମହାରାଷ୍ଟ୍ର ରାଜ୍ୟପାଳ ରାଜ୍ୟର ଦ୍ବିତୀୟ ସର୍ବବୃହତ ଦଳ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ଏହାସହ ଖୁବଶୀଘ୍ର ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆରମ୍ଭ ହୋଇଛି ଶିବସେନାର ସିଏମ ସିଟ୍‌ ଦଖଲ ପାଇଁ ଚେଷ୍ଟା।

ଏନସିପି ସୁପ୍ରିମୋ ଶିବସେନାକୁ ସମର୍ଥନ ଦେବା ପାଇଁ ରାଜି । ଅନ୍ୟପଟେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ କଂଗ୍ରେସ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଏହି ବୈଠକ ପରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ସ୍ପଷ୍ଟ ସୂଚନା ଆସିଯିବ।

Aaditya Thackeray reach Raj Bhavan

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.