ମୁମ୍ବାଇ: କୋରୋନା ଯୋଗୁଁ ସମସ୍ତ ଧର୍ମସ୍ଥଳୀ ଗୁଡିକୁ ବନ୍ଦ ରଖାଯାଇଛି । ଫଳରେ ଅନେକ ଭକ୍ତ ନିଜ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଘରେ ଥାଇ ମଧ୍ୟ ମନ୍ଦିରକୁ ଦାନ କରୁଛନ୍ତି କିଛି ଭକ୍ତ । ଏହା ଆମେ କହୁନୁ ମନ୍ଦିରର ଦାନ ବାକ୍ସ କହୁଛି । ଅର୍ଥାତ ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡି ସାଇବାବା ମନ୍ଦିରକୁ ମାର୍ଚ୍ଚ 17ରୁ ଏପ୍ରିଲ 3 ଭିତରେ 1.90 କୋଟି ଟଙ୍କା ଅନଲାଇନ ଦାନ କରାଯାଇଛି ।
ମହାମାରୀ କୋରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 17 ରୁ ମନ୍ଦିରକୁ ବନ୍ଦ କରାଯାଇଛି । ହେଲେ ବନ୍ଦ ରହିବାର 18 ଦିନ ଭିତରେ ପାଖାପାଖି 2ଶହ କୋଟି ଟଙ୍କାର ଅନଲାଇନ ଦାନ କରାଯାଇଛି । ମନ୍ଦିରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନାହିଁ କିନ୍ତୁ ମନ୍ଦିରର ପୂଜାରୀ ବାବାଙ୍କ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି । ତିନିଦିନ ଧରି ରାମ ନବମୀ ଉତ୍ସବ ପାଳନ କରାଯାଇଥିବା ବେଳେ ମନ୍ଦିରକୁ 23 ଲକ୍ଷ ଟଙ୍କାର ଦାନ କରାଯାଇଛି ।
କୋରୋନା ମୁକାବିଲା ପାଇଁ ସିରିଡି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 51 କୋଟି ଟଙ୍କାର ଅନୁଦାନ କରାଯାଇଛି । ଏବେ ସୁଦ୍ଧା ମହାରାଷ୍ଟ୍ରରେ 635 ଜଣ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 32 ଜଣଙ୍କର ମୃତ୍ୟୁ ହୋଇଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
@ANI