ETV Bharat / bharat

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ଥାଘର ସାଧୁପୁଲ, କିଣୁଛି ପର୍ଯ୍ୟଟକଙ୍କ ମନ - tourist

ପାହାଡି ରାଜ୍ୟ ହିମାଚଳର ଶୋଭାରାଜି ଦେଖିବାକୁ ଏବେଠାରୁ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ସୋଲନର ସାଧୁପୁଲ କିଣୁଛି ପର୍ଯ୍ୟଟକଙ୍କ ମନ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 31, 2019, 9:42 PM IST

ସିମଲା: ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଛୁଟି କାଟିଲେ ମନ ସତେଜ ଲାଗିଥାଏ । ଆଉ କାମରେ ମଧ୍ୟ ମନ ଲାଗିଥାଏ । ସେଥିପାଇଁ ଲୋକେ ଚିନ୍ତାଗ୍ରସ୍ତ ଜୀବନରୁ କିଛି ଘଣ୍ଟା ଏମିତି ସ୍ଥାନରେ ବିତେଇବାକୁ ପସନ୍ଦ କରନ୍ତି ଯେଉଁଠି ତାଙ୍କୁ ଟିକେ ମାନସିକ ଶାନ୍ତି ମିଳିବ । ତେବେ ଆପଣ ବିଜି ଲାଇଫରେ ଛୁଟି କାଟିବାକୁ ଚାହୁଁଥିଲେ ବୁଲିଯାନ୍ତୁ କିଛି ପିକନିକ ସ୍ଥାନକୁ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭାରତରେ ଅନେକ ଭ୍ରମଣୀୟ ସ୍ଥାନ ରହିଛି । ଯାହା ଅତି ସୁନ୍ଦର ତଥା ମନମୁଗ୍ଧକର । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ନୈସର୍ଗିକ ପରିବେଶ ମନ ଓ ପ୍ରାଣ ହାଲୁକା କରିଥାଏ । ଯେଉଁଠିକୁ ଗଲେ ଆପଣ ପ୍ରକୃତି ସହ ସମ୍ପୂର୍ଣ୍ଣ ଭାବେ ହଜିଯିବେ । ସେଥିମଧ୍ୟରୁ ଅନ୍ୟତମ ସ୍ଥାନ ହେଉଛି ପାହାଡି ରାଜ୍ୟ ହିମାଚଳ ପ୍ରଦେଶ । ଯେଉଁଠି ପ୍ରକୃତି ତାର ଅନନ୍ୟ ସୌନ୍ଦର୍ଯ୍ୟ ଅଜାଡି ଦେଇଛି । ସୋଲନ ଜିଲ୍ଲା ଠାରୁ 30 କିଲୋମିଟର ଦୂରରେ ରହିଛି ସାଧୁପୁଲ । ଯେଉଁଠି ଏବେ ପର୍ଯ୍ୟଟକଙ୍କ ବେଶ ଭିଡ ପରିଲିକ୍ଷିତ ହେଉଛି । ଲୋକମାନେ ସେଠି ଥିବା ନଦୀ କୂଳରେ ବସି ହିମାଚଳର ପ୍ରକୃତିକ ଦୃଶ୍ୟକୁ ଉପଭୋଗ କରୁଛନ୍ତି ।

ସାଧୁପୁଲରେ ଥିବା ନଦୀ ଓ ତାର କୂଳରେ ତିଆରି ହୋଇଥିବା ଛୋଟ ଛୋଟ କଟେଜ ଲୋକଙ୍କୁ ବେଶ ଆକର୍ଷଣ କରୁଛି । ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଥିବାବେଳେ ଧିରେଧିରେ ପର୍ଯ୍ୟଟକଙ୍କ ଭିଡ ଜମିଲାଣି । କିନ୍ତୁ ପ୍ରଶାସନ ପକ୍ଷରୁ ଏବେ ଏହାକୁ ପର୍ଯ୍ୟଟନ ସ୍ଥଳୀଭାବେ ଘୋଷଣା ହୋଇନାହିଁ । ପର୍ଯ୍ୟଟକଙ୍କ କହିବାନୂଯାୟୀ, ଏହାର ପାଣିପାଗ ବହୁତ ଭଲ । ଏହିସ୍ଥାନକୁ ଆସି ବହୁତ ଭଲ ଲାଗୁଛି । ତେବେ ଦିଲ୍ଲୀରେ ଏବେବି ଗରମ ଅନୁଭବ ହେଉଥିବାରୁ ଏହିଠାକୁ ଆସି ବହୁତ ଆରାମ ଲାଗୁଛି ।

ଉକ୍ତ ସ୍ଥାନଟି ଅତି ସୁନ୍ଦର ହୋଇଥିବାରୁ ଏହାର ସ୍ବଚ୍ଛତାକୁ ବଜାୟ ରଖିବାକୁ ପର୍ଯ୍ୟଟକ ମାନେ ଲୋକଙ୍କୁ ଅପିଲ କରିଛନ୍ତି । ନେଚେତ ଏହାର ସୌନ୍ଦର୍ଯ୍ୟତା ଉପରେ ଏହାର ପ୍ରଭାବ ପକାଇବ । ତେବେ ପରବାଣୁରୁ ସିମଲା ଯିବା ବାଟରେ ଅନେକ ସମୟରେ ପର୍ଯ୍ୟଟକଙ୍କୁ 1 ଘଣ୍ଟାର ରାସ୍ତା ଭିତରେ ଟ୍ରାଫିକର ସମସ୍ୟା ଭୋଗିବାକୁ ପଡିଥାଏ । ନଚେତ ସାଧୁପୁଲକୁ ଯିବା ସମୟରେ ବାଟରେ ପଡୁଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ଅଟେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.