ETV Bharat / bharat

13 ଲକ୍ଷ ମାସ୍କ ତିଆରି କଲେ ସ୍ବୟଂ ସହାୟକ ଗୋଷ୍ଠୀ

author img

By

Published : Apr 23, 2020, 10:42 AM IST

କୋରୋନା ମହାମାରୀ ମଧ୍ୟରେ ମାସ୍କ ପାଇଁ ବଢୁଥିବା ଚାହିଦା ପୂରଣ କରିବାକୁ ସଞ୍ଜୀବିନୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ 13 ଲକ୍ଷ ମାସ୍କ ତିଆରି କରିଛନ୍ତି ।

mask
13 ଲକ୍ଷ ମାସ୍କ ତିଆରୀ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ବେଙ୍ଗାଲୁରୁ: 13 ଲକ୍ଷ ମାସ୍କ ତିଆରି କଲେ ସ୍ବୟଂ ସହାୟକ ଗୋଷ୍ଠୀ । କୋରୋନା ମହାମାରୀ ମଧ୍ୟରେ ମାସ୍କ ପାଇଁ ବଢୁଥିବା ଚାହିଦା ପୂରଣ କରିବାକୁ ସଞ୍ଜୀବନୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ 13 ଲକ୍ଷ ମାସ୍କ ତିଆରି କରିଛନ୍ତି ।

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ୱତନାରାୟଣ କହିଛନ୍ତି ଯେ, ସଞ୍ଜୀବନୀ ଅଧୀନରେ କାର୍ଯ୍ୟ କରୁଥିବା 1147 ସ୍ବୟଂ ସହାୟକ ଗୋଷ୍ଠୀର 3168 ମହିଳା 13 ଲକ୍ଷ ତିନି ସ୍ତରୀୟ, ଉଚ୍ଚମାନର ମାସ୍କ ତିଆରି କରିଛନ୍ତି । ଏହି ମାସ୍କ ଗୁଡିକୁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ମେଡିକାଲ ଦୋକାନ ଏବଂ ଏନଜିଓକୁ ପ୍ରତ୍ୟେକ 10-22 ଟଙ୍କାରେ ବିକ୍ରି କରାଯିବ ।

ରାମନଗର, ଚିକକବାଲାପୁରା, ଚିକମାଗାଲୁର ଏବଂ ୟାଦଗିର ଜିଲ୍ଲାର ଜିଲ୍ଲା ପଞ୍ଚାୟତ ଏବଂ ସଞ୍ଜୀବନୀ ସ୍ବୟଂ ସହାୟକ ଗୋଷ୍ଠୀସହ ଜଡିତ ମହିଳାଙ୍କ ସହ ଏକ ଭିଡିଓ କନଫରେନ୍ସି କରି ସେ ସ୍ବୟଂ ସହାୟକ ଗୋଷ୍ଠୀର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ମହାମାରୀ ପରିସ୍ଥିତିରେ ଗରିବଙ୍କ ସହାୟତା ପାଇଂ ସ୍ବୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଜିଲ୍ଲା ପ୍ରଶାସନର ସହାୟତାରେ 13ଟି ସ୍ଥାନରେ କମ୍ୟୁନିଟି ରୋଷେଇ ଘର ପ୍ରତିଷ୍ଠା କରିଛନ୍ତି। ଯେଉଁଥି ପାଇଁ ରିଲିଫ ପାଣ୍ଠିରୁ 6.81 କୋଟି ଟଙ୍କା ଯୋଗାଇ ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.