ETV Bharat / bharat

ଲୋକସଭା ନିର୍ବାଚନ ଲଢିବେ ଶୀଲା ଦିକ୍ଷୀତ! - rahul gandhi

ଲୋକସଭା ନିର୍ବାଚନ ଲଢିପାରନ୍ତି ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦିକ୍ଷୀତ । ରାହୁଲ ଗାନ୍ଧୀ କଲେ ଅନୁରୋଧ ।

ଫାଇଲ ଫଟୋ
author img

By

Published : Apr 13, 2019, 11:10 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢି ପାରନ୍ତି ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦିକ୍ଷୀତ । ଏନେଇ ଇଚ୍ଛା ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଶୀଲା ଏପର୍ଯ୍ୟନ୍ତ କୌଣସି ସହମତି ପ୍ରକାଶ କରିନଥିବା ବେଳେ ବିଚାର ବିମର୍ଷ ପାଇଁ ସମୟ ମାଗିଛନ୍ତି । ନିଜ ପରିବାର ସହ ବିଚାର ବିମର୍ଷ କରିବା ପରେ ସେ କୌଣସି ନିଷ୍ପତି ନେବେ ବୋଲି କହିଛନ୍ତି ।

ତେବେ କଂଗ୍ରେସ ଦିଲ୍ଲୀ ଲୋକସଭା ଆସନ ପାଇଁ ଆଜି ନିଜ ପ୍ରାର୍ଥୀ ଘୋଷଣା କରିପାରେ । ଏଥିରେ ଶୀଲା ଦିକ୍ଷୀତଙ୍କ ନାମ ମଧ୍ୟ ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯଦି ଶୀଲା ନିର୍ବାଚନ ଲଢିବାରେ ସହମତି ପ୍ରକାଶ କରନ୍ତି ତ କଂଗ୍ରେସ ତାଙ୍କୁ ଉତ୍ତର ଦିଲ୍ଲୀରୁ ନିର୍ବାଚନ ମୈଦାନରେ ଓହ୍ଲାଇବ ବୋଲି ଜଣା ପଡିଛି ।

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢି ପାରନ୍ତି ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶୀଲା ଦିକ୍ଷୀତ । ଏନେଇ ଇଚ୍ଛା ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଶୀଲା ଏପର୍ଯ୍ୟନ୍ତ କୌଣସି ସହମତି ପ୍ରକାଶ କରିନଥିବା ବେଳେ ବିଚାର ବିମର୍ଷ ପାଇଁ ସମୟ ମାଗିଛନ୍ତି । ନିଜ ପରିବାର ସହ ବିଚାର ବିମର୍ଷ କରିବା ପରେ ସେ କୌଣସି ନିଷ୍ପତି ନେବେ ବୋଲି କହିଛନ୍ତି ।

ତେବେ କଂଗ୍ରେସ ଦିଲ୍ଲୀ ଲୋକସଭା ଆସନ ପାଇଁ ଆଜି ନିଜ ପ୍ରାର୍ଥୀ ଘୋଷଣା କରିପାରେ । ଏଥିରେ ଶୀଲା ଦିକ୍ଷୀତଙ୍କ ନାମ ମଧ୍ୟ ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯଦି ଶୀଲା ନିର୍ବାଚନ ଲଢିବାରେ ସହମତି ପ୍ରକାଶ କରନ୍ତି ତ କଂଗ୍ରେସ ତାଙ୍କୁ ଉତ୍ତର ଦିଲ୍ଲୀରୁ ନିର୍ବାଚନ ମୈଦାନରେ ଓହ୍ଲାଇବ ବୋଲି ଜଣା ପଡିଛି ।


SLUG.. ବିଡ଼ି ଶ୍ରମିକଙ୍କ  ନିର୍ବାଚନୀ ଦୃଷ୍ଟିଭଙ୍ଗୀ।
Format.PKG
Reporter.Badsah Jusman Rana..
Date.11.04.19..
Place.Sambalpur.

Anchor..  ଚଳିତ ନିର୍ବାଚନ ପାଇଁ ରାଜନୀତି ସରଗରମ ହେବା ସହ ଲୋକଙ୍କ ଉତ୍ସାହ ବଢିଥିବାର ଦେଖିବାକୁ ମିଳିଛି। ତେବେ ଏମିତି କିଛି ବର୍ଗର ଲୋକେ ଅଛନ୍ତି ଯେଉଁମାନଙ୍କ ପାଇଁ ନିର୍ବାଚନ  ହେବା ନହେବା କୌଣସି ଗୁରୁତ୍ୱ ବହନ କରେନି।ଆଉ ଏମିତି ଲୋକେ ମୁଖ୍ୟତଃ ଉପାନ୍ତ ଅଞ୍ଚଳ ବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳନ୍ତି। କାରଣ ଏମାନଙ୍କ ପାଖକୁ ଆଜିବି ସର୍ବନିମ୍ନ ମୌଳିକ ସୁବିଧା ପହଂଛି ପାରିନି।ଆଉ ନିର୍ବାଚନ ପୂର୍ବରୁ ଆସୁଥିବା ନେତାଙ୍କ ପ୍ରତିଶୃତି ପାଣିର ଗାର ପାଳଟୁଥିବାର ବାରମ୍ବାର ଦେଖି ଦେଖି ଏମାନେ ଥକିଗଲେଣି।ଏମିତି ଏକ ଶ୍ରମିକ ବର୍ଗର ଲୋକ ହେଉଛନ୍ତି ବିଡ଼ି ଶ୍ରମିକ।

ଭିଓ-1-ନିର୍ବାଚନ ଆସିଛି।ଆଉ ଏହାର ମାହୋଲ ବି ଦେଖିଭାକୁ ମିଳୁଛି ଗାଁରୁ ସହର ସବୁଠାରେ।ସବୁଠି ଛାଇ ଗଲାଣି ପ୍ରତିଶ୍ରୁତିପୂର୍ଣ ପୋଷ୍ଟର ଆଉ ବ୍ୟାନର। ତେବେ ଏହାର କିଛିବି ଗୁରୁତ୍ୱ ରହୁନି  ବିଡ଼ି ଶ୍ରମିକ ମାନଙ୍କ ପାଇଁ।ସମଗ୍ର ରାଜ୍ୟରେ ପାଖା ପାଖି 10 ଲକ୍ଷ ବିଡ଼ି ଶ୍ରମିକ ଥିବାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୁଏ।ଆଉ ଅବିଭକ୍ତ ସମ୍ବଲପୁର ରେ ଏହି ପ୍ରକାର ପଞ୍ଜୀକୃତ ଶ୍ରମିକ ଙ୍କ ସଂଖ୍ୟା 1 ଲକ୍ଷ 70 ହଜାର ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଭୋଟର ସଂଖ୍ୟ ପାଖା ପାଖି ଅଢେ଼ଇ ଲକ୍ଷ। ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବା ଅର୍ଥନୈତିକ ଅବି ବୃଦ୍ଧି ରେ ଏମାନଙ୍କ ଅବଦାନ ରହୁଥିଲେ ମଧ୍ୟ ଏମାନଙ୍କୁ ସେହିପରି ସରକାରୀ ସୁବିଧା ଓ ମୌଳିକ ସୁବିଧା ମିଳିପାରୁନାହିଁ।ସଚେତନତା ର ଅଭାବ ଯୋଗୁଁ ମୁଖ୍ୟତଃ ବିଡ଼ି କମ୍ପାନୀ ଗୁଡିକ ଏମାନଙ୍କ ଲାଭ ଖାଇଯାଉଥିବାର ଅଭିଯୋଗ ହୁଏ। ବିଡ଼ି କମ୍ପାନୀ ଏମାନଙ୍କୁ କଞ୍ଚାମାଲ ଯୋଗାଇ ଦେଇ ହଜାରେ ବିଡ଼ି ତିଆରି ବଦଲରେ ଦେଇଥାଏ ମାତ୍ର 75 ଟଙ୍କା। ପଞ୍ଜୀକୃତ ବିଡ଼ି ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଯୋଜନା ଏମାନଙ୍କ ଠାରୁ ବହୁ ଦୂରରେ।ରାସ୍ତା ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବାସଗୃହ, ବିଜୁଳି ପରି ମୌଳିକ ସୁବିଧା ଏମାନଙ୍କ ପାଖରେ ଅପହଞ୍ଚ। ଜମିବାଡ଼ି ବିହୀନ ଏହି ଶ୍ରମିକ ମାନଙ୍କ ସୁବିଧା କେତେକ ସଚେତନ ଲୋକଙ୍କ ପାଖରେ ସୀମିତ ଥିବା ବେଳେ ଏମାନେ ବାଧ୍ୟ ହୋଇ ନିଜର ପରିବାର ଚଳେଇବା ପାଇଁ କମ୍ପାନୀ ମାନଙ୍କ ସ୍ୱାର୍ଥ ରେ କାମ କରିଆସୁଛନ୍ତି।
ବାଇଟ-1-ମିନା ରୋହିଦାସ,,ବିଡ଼ି ଶ୍ରମିକ ମହିଳା।
ବାଇଟ-2-ଜେମାଦେଇ ରୋହିଦାସ,,ବିଡି ଶ୍ରମିକ ମହିଳା।

ଭିଓ-2- ଇଣ୍ଟରନ୍ୟାସନାଲ ଲେବର ଅରଗନାଇଜେସନ ଅନୁସାରେ ବିଡ଼ି ଶ୍ରମିକ ସବୁଠୁ ଗରିବ। ଅସ୍ୱାସ୍ଥ୍ୟକର ପରିବେଶ ରେ ଛୋଟ ଶିଶୁଙ୍କୁ ଧରି ମାଦକ ଦ୍ରବ୍ୟ ସହ ଏମାନେ କାମ କରୁଥିବାରୁ ଏମାନଙ୍କ ଶିଶୁର ମାନସିକ ବିକାଶରେ ବାଧା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ଗାଁରେ ବିଡ଼ି ଶ୍ରମିକ ଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଡୋର ଟୁ ଡୋର   ମୋବାଇଲ ଭେନ ସ୍ୱାସ୍ଥ୍ୟ ସେବା, ଶ୍ରମିକଙ୍କ ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ନାମକୁ ମାତ୍ର। ଏପଟେ ପଞ୍ଜିକୃତ ଶ୍ରମିକଙ୍କ ଗୃହନିର୍ମାଣପାଇଁ ମିଳୁଥିବା ଦେଢ଼ ଲକ୍ଷ ଟଙ୍କା ପାଇଁ ନିଜସ୍ୱ ଜମିର ଅଭାବ ସବୁବେଳେ ବାଧକ ସାଜୁଛି।କେନ୍ଦ୍ରସରକାର ଓ WHO ର ନିର୍ଦେଶ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଏହି ଶ୍ରମିକ ମାନଙ୍କୁ ସଚେତନତା କରାଉନାହାନ୍ତି।

ବାଇଟ-3-ଶ୍ରୀମଦ ମିର୍ଧା।ପୁରୁଷ ବିଡ଼ି ଶ୍ରମିକ।
ବାଇଟ-4-ଜଗଦୀଶ ବିଶ୍ବାଳ, ସଭାପତି,ଉତ୍କଳ ବିଡ଼ି ମଜଦୂର ସଂଘ।

ଫଭିଓ- ସବୁଥର ଆସିଥାଏ ନିର୍ବାଚନ।ଆଉ ନେତା ମାନେ ଦେଉଥିବା ପ୍ରତିଶୃତି ଏମାନଙ୍କ ମନରେ ଆଶା ସଂଚରିତ କରିଥାଏ କିନ୍ତୁ ଆସ୍ଥା ନଥାଏ।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.