ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଶଂସାରେ କଂଗ୍ରେସର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ସେ ପ୍ରିୟଙ୍କାଙ୍କ ତୁଳନା କରିଛନ୍ତି । ଏହାସହ ପ୍ରିୟଙ୍କାଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବାକୁ ସେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।
ଶତ୍ରୁଘ୍ନ ଏହା ଟ୍ବିଟ କରି କହିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ ପ୍ରିୟଙ୍କାଙ୍କ ସାହସକୁ ସଲାମ । ୟୁପିର ସୋନଭଦ୍ରାରେ ହୋଇଥିବା ନରସଂହାର ପରେ ପ୍ରିୟଙ୍କା ଗାନ୍ଧୀ ପୀଡିତ ପରିବାରକୁ ଭେଟିବା ପାଇଁ ଅନେକ ସଙ୍ଘର୍ଷ କରିଛନ୍ତି । ଏହା ତାଙ୍କର ସାହସିକତାର ପ୍ରମାଣ ଦେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୋନଭଦ୍ରା ପାଇଁ ପ୍ରିୟଙ୍କଙ୍କା ପଦକ୍ଷେପ ଖୁବ୍ ପ୍ରଶଂସନୀୟ ।
ପ୍ରିୟଙ୍କାଙ୍କୁ ସେ ଦଳର ମଙ୍ଗ ଧରିବାକୁ ଅନୁରୋଧ କରୁଛନ୍ତି । ତାଙ୍କ ଠାରୁ ଆଉ ଦକ୍ଷ ନେତୃତ୍ବ କେହି ନେଇପାରିବେ ନାହିଁ । ଏହାସହ ପ୍ରିୟଙ୍କାଙ୍କ ନେତୃତ୍ବରେ ଦଳ ନିଜ ପୂର୍ବ ଗୌରବ ଫେରିପାଇବ ବୋଲି ବିହାରୀ ବାବୁ ଟ୍ବିଟରେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ପାର୍ଟି ଏପର୍ଯ୍ୟନ୍ତ ନିଜର ଅଧ୍ୟକ୍ଷ ସ୍ଥିର କରିନାହିଁ ।