ETV Bharat / bharat

ମୋଦିଙ୍କୁ ଶତ୍ରୁଙ୍କ ପ୍ରଶଂସା - shatrughan sinha

ଏକଦା ବିଜେପରି ଶତ୍ରୁ ସାଜିଥିବା ଶତ୍ରୁଘ୍ନ ମଧ୍ୟ ମୋଦି ଏବଂ ଅମିତ ଶାହାଙ୍କ ପ୍ରଶଂସାରେ ଶତମୁଖ ।

ଫାଇଲ ଫଟୋ
author img

By

Published : May 25, 2019, 6:12 PM IST

Updated : May 25, 2019, 6:31 PM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବହୁମତ ପାଇବା ପରେ ଚୁପ୍ ହୋଇଛନ୍ତି ବିରୋଧୀ । ଏକଦା ବିଜେପରି ଶତ୍ରୁ ସାଜିଥିବା ଶତ୍ରୁଘ୍ନ ମଧ୍ୟ ମୋଦି ଏବଂ ଅମିତ ଶାହାଙ୍କ ପ୍ରଶଂସାରେ ଶତମୁଖ ।

ମୋଦିଙ୍କୁ ଟାର୍ଗେଟ କରିବାକୁ ଭୁଲୁନଥିବା ଶତ୍ରୁଘ୍ନ ଏବେ ମୋଦିଙ୍କ ତାରିଫରେ ମସଗୁଲ୍ । ନିକଟରେ ସେ ମୋଦି ଏବଂ ଶାହଙ୍କୁ ମହାନ୍ ନେତାର ଆଖ୍ୟା ଦେଇଛନ୍ତି । ଅନ୍ୟପଟେ ତାଙ୍କୁ ପାଟନା ସାହେବରୁ ହରାଇଥିବା ନେତା ଶିବଶଙ୍କରଙ୍କୁ ସେ ନିଜ ପରିବାର ବନ୍ଧୁ ବୋଲି କହିଛନ୍ତି ।

ତେବେ ଶତ୍ରୁ ଲୋକସଭା ନିର୍ବାଚନରେ ବିଜେପରି ବିଜୟ ପରେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଥିଲେ, ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ଚାଣକ୍ୟ ଅମିତ ଶାହ ଏବଂ ମୋର ପରିବାର ମିତ୍ର ଶିବଶଙ୍କର ପ୍ରସାଦଙ୍କୁ ବିଜୟର ଶୁଭେଚ୍ଛା ଜଣାଉଛି । ଏବେ ଉତ୍ସବର ସମୟ । ମୁଁ ସମସ୍ତଙ୍କୁ ହୃଦୟରୁ ସଲାମ କରୁଛି ।

ଏଠାରେ ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ଶତ୍ରୁଘ୍ନ ସିହ୍ନା । ସେଠାରୁ ସେ ପାଟନା ସାହିବ ଆସନରୁ ନିର୍ବାଚନ ଲଢୁଥିଲେ ।

Intro:Body:Conclusion:
Last Updated : May 25, 2019, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.