ETV Bharat / bharat

ଗୁଳିକାଣ୍ଡ ପରେ କଡା ସୁରକ୍ଷାରେ ଶାହିନବାଗ

author img

By

Published : Feb 4, 2020, 9:47 AM IST

ଶାହିନବାଗରେ କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା । ସିଏଏ ବିରୋଧୀ ପ୍ରଦର୍ଶନବେଳେ ଦୁଇ ଦୁଇ ଥର ଗୁଳି ଚାଳନା ପରେ ସୁରକ୍ଷାବଳଙ୍କୁ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ...

ଗୁଳିକାଣ୍ଡ ପରେ କଡା ସୁରକ୍ଷାରେ ଶାହୀନବାଗ
ଗୁଳିକାଣ୍ଡ ପରେ କଡା ସୁରକ୍ଷାରେ ଶାହୀନବାଗ

ନୂଆଦିଲ୍ଲୀ: ଗୁଳିକାଣ୍ଡ ପରେ ଶାହିନବାଗରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଘଟଣାସ୍ଥଳରେ ନିୟୋଜିତ ହେଲେ ର୍ୟାପିଡ ଆକ୍ସନ ଫୋର୍ସ ଓ ବିଏସଏଫ ଯବାନ । ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ, ଦିନକୁ ଦିନ ତ୍ରୀବ ହେଉଛି ପ୍ରତିବାଦ । ସେପଟେ, ଦିଲ୍ଲୀ ବିଧାନସଭା ପାଇଁ ତାରିଖ ପାଖେଇ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧ କରି ଦୀର୍ଘ 52 ଦିନ ଧରି ଶାହିନବାଗରେ ଧାରଣା ଦିଆଯାଇଛି । ନାରା ଦେବା ସହ ପ୍ରତିବାଦକୁ ଜୋରଦାର କରାଯାଉଛି । କେବଳ ସେତିକି ନୁହେଁ, ଏଠାରେ ଦୁଇ ଦୁଇ ଥର ଗୁଳିଚାଳନା ମଧ୍ୟ କରାଯାଇଛି । ଯାହାକୁ ନଜରରେ ରଖି ସୁରକ୍ଷାକୁ କଡାକଡି କରିବା ସହ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି । ସେପଟେ, ଗୁଳି ଚାଳନା କରିଥିବା ଯୁବକକୁ ପୋଲିସ ଗିରଫ କରିବା ସହ ଯାଞ୍ଚ ଆରମ୍ଭ କରିଛି ।

ଅନ୍ୟପଟେ, ବିଧାନସଭା ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରିବା ପାଇଁ 59 ହଜାର ସୁରକ୍ଷାବଳଙ୍କୁ ନିୟୋଜିତ କରାଯିବ । ଯେଉଁଥିରେ 40 ହଜାର ଦିଲ୍ଲୀ ପୋଲିସ ଅଫିସର୍ସ ଓ ଯବାନଙ୍କ ସହ 19 ହଜାର ହୋମଗାର୍ଡ ରହିବେ । ଯାହାର ଆରମ୍ଭ ଗତକାଲି(ସୋମବାର) ଠାରୁ ହୋଇଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.