ETV Bharat / bharat

‘କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ ଥିବା ସଂଘର୍ଷ ହେଉଛି ଶାହିନବାଗ’

author img

By

Published : Feb 23, 2020, 8:48 PM IST

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଆବାସ୍ ନାକଭି ଶାହିନବାଗ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

Shaheen Bagh protest
ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଆବାସ୍ ନାକଭି ଶାହିନବାଗ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସିଏଏ ଆନ୍ଦୋଳନକୁ କର୍ତ୍ତବ୍ୟ ଓ ଅଧିକାର ମଧ୍ୟରେ ଥିବା ସଂଘର୍ଷର ଏକ ଉଦାହରଣ ବୋଲି କହିଛନ୍ତି । ବିଦ୍ୟା ଭବନରେ ଭାରତୀୟ ଛାତ୍ର ସଂସଦ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି ।

ସେ କହିଛନ୍ତି, ‘ଆନ୍ଦୋଳନକାରୀ ସେମାନଙ୍କ ଅଧିକାରକୁ ବୁଝୁଛନ୍ତି ମାତ୍ର ସେମାନଙ୍କ କର୍ତ୍ତବ୍ୟକୁ ନୁହେଁ । ରାସ୍ତା ବନ୍ଦ କରି କେହି କାହା ଅଧିକାର ହାତେଇ ପାରିବ ନାହିଁ ’ । ଯଦି ଆମେ ଆମର କର୍ତ୍ତବ୍ୟ ଓ ଅଧିକାରକୁ ନଜାଣିବା ତେବେ ଆମେ ସର୍ବଦା ଭ୍ରମରେ ରହିବା ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉକି, ଗତବର୍ଷ ଡିସେମ୍ବରରେ ସ୍ଥାନୀୟ ମହିଳାଙ୍କ ଦ୍ବାରା ଶାହିନବାଗରେ ରାସ୍ତା ବନ୍ଦ କରାଯାଇଥିଲା । ସିଏଏ ବିରୋଧି ନାରା ଦେବା ସହ ଦିଲ୍ଲୀ ଓ ନୋଏଡାକୁ ଯୋଡୁଥିବା ରାସ୍ତାକୁ ବନ୍ଦ କରାଯାଇଥିଲା ।

ପିଟିଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.