ETV Bharat / bharat

ଅମୃତସରରୁ ଫେରିଥିବା ଭକ୍ତଙ୍କ ପାଇଁ ମାଗଣା ବସ ସେବା - ଅମୃତସରରୁ ଫେରି ଭକ୍ତଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ ସେବା

ଅମୃତସରରୁ ଫେରୁଥିବା ଭକ୍ତଙ୍କ ପାଇଁ ଶୁଭାରମ୍ଭ ହେଲା ମାଗଣା ବସ ସେବା । ଏହାଦ୍ବାରା ଭକ୍ତମାନେ ପାକିସ୍ତାନର କାରତାରପୁର ସାହେବ ଗୁରୁଦ୍ବାର, ମଧ୍ୟରେ ସୁବର୍ଣ୍ଣ ମନ୍ଦିର ଓ ଡେରା ବାବା ନାନକ ଭ୍ରମଣ କରିପାରିବେ । ଅଧିକ ସୂଚନା ପାଇଁ ପଢନ୍ତୁ ...

sgpc flags off free bus service from golden temple Amritsar to Dera baba Nanak for kartarpur pilgrim
ଅମୃତସରରୁ ଫେରି ଭକ୍ତଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ ସେବା
author img

By

Published : Mar 4, 2020, 1:34 AM IST

ଚଣ୍ଡିଗଡ: ଏଣିକି ଅମୃତସରରୁ ଫେରୁଥିବା ଭକ୍ତଙ୍କ ପାଇଁ ମାଗଣା ବସ ସେବା । ମଙ୍ଗଳବାର ପତକା ଦେଖାଇ ବସ ସେବାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି । ଶିରୋମାନି ଗୁରୁଦ୍ବାର ପ୍ରବନ୍ଧନ କମିଟି (ଏସଜିପିସି) ପକ୍ଷରୁ କମିଟି ସଭାପତି ଗୋବିନ୍ଦ ସିଂ ଲଙ୍ଗୋୱାଲ ଏହି ବସ ସେବାକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାଦ୍ବାରା ଭକ୍ତମାନେ ପାକିସ୍ତାନର କାରତାରପୁର ସାହେବ ଗୁରୁଦ୍ବାର, ମଧ୍ୟରେ ସୁବର୍ଣ୍ଣ ମନ୍ଦିର ଓ ଡେରା ବାବା ନାନକ ଭ୍ରମଣ କରିପାରିବେ ।

ଏହି ସେବା ଦର୍ଶନ ସାରି ଫେରୁଥିବା ଭକ୍ତମାନଙ୍କ ପାଇଁ ଥିବାବେଳେ ଭକ୍ତମାନେ ଡେରା ବାବା ନାନକଙ୍କୁ ସକାଳୁ ଶ୍ରଦ୍ଧାଞ୍ଜଳି ଦେବା ପରେ ପୁଣି ପଞ୍ଜାବର ହରମିନ୍ଦର ସାହେବକୁ ବସ ଯୋଗେ ଫେରିପାରିବେ । ସେହିଭଳି ଶ୍ରୀ ହରମାନନ୍ଦ ସାହିବରେ ଲଙ୍ଗର ସେବା କରୁଥିବା ଲୋକ ପାକିସ୍ତାନର ସବୁ ଗୁରୁଦ୍ବାରାରେ କିର୍ତ୍ତନ କରିବା ପାଇଁ ପାକିସ୍ତାନ ଗୁରୁଦ୍ବାରା କମିଟି ପକ୍ଷରୁ ଅନୁମତି ମିଳିଥିବା କହିଛନ୍ତି କମିଟି ସଭାପତି ଗୋବିନ୍ଦ ସିଂ ଲଙ୍ଗୋୱାଲ ।

ଏହାପୂର୍ବରୁ କରତାରପୁର କରିଡରକୁ ଯାଇ ଅମୃତସରକୁ ଫେରାଇ ଆଣିଥିବା ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଇଥିବା ସୁଯୋଗ ପାଇଁ ବସ ଡ୍ରାଇଭର ସୁଖମାନପ୍ରୀତ ସିଂ ଧନ୍ୟବାଦ ଜଣାଇଥିଲେ ।

ଗତ ନଭେମ୍ବରରେ ତୀର୍ଥଯାତ୍ରୀଙ୍କ ପାଇଁ ଭାରତର ଗୁରୁଦାସପୁରର ଡେରା ବାବା ନାନକ ସାହିବ ଏବଂ ଗୁରୁଦ୍ବାରା ଦରବାର ସାହିବକୁ ସଂଯୋଗ କରୁଥିବା 4.7 କିଲୋମିଟର ଲମ୍ବର କରତାରପୁର ସାହିବ କରିଡର ଆନୁଷ୍ଠାନିକ ଭାବେ ଖୋଲା ଯାଇଥିଲା।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.