ETV Bharat / bharat

ଭୀଷଣ ଜଳ ସଙ୍କଟ ସ୍ଥିତି: 2022 ବେଳକୁ ଭାରତରେ ଜଳ ଯୁଦ୍ଧ! - ମହାରାଷ୍ଟ୍ର ଓ ତାମିଲ ନାଡୁରେ ଜଳସଙ୍କଟ

ସାରା ବିଶ୍ବ ଏକ ଭୟଙ୍କର ଜଳ ସଙ୍କଟ ପରିସ୍ଥିତି ଆଡକୁ ମୁହାଁଉଛି। ଯଥାଶିଘ୍ର ଏନେଇ ପଦକ୍ଷେପ ନିଆନଗଲେ ଦିନ ଆସିବ ଜଳ ପାଇଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିବ। ଯେଉଁଥିରୁ ଭାରତ ମଧ୍ୟ ବାଦ ପଡିବ ନାହିଁ। ଅଧିକ ପଢ଼ନ୍ତୁ...

ଭିଷଣ ଜଳ ସଙ୍କଟ
author img

By

Published : Nov 6, 2019, 7:53 PM IST

ହାଇଦ୍ରାବାଦ: ଭୟଙ୍କର ଜଳ ସଙ୍କଟ ଆମ ପାଇଁ ଅପେକ୍ଷା କରି ରହିଛି । ବିଭିନ୍ନ କାରଣରୁ ପାନୀୟ ଜଳର ଉତ୍ସ ଗୁଡିକ ଦୁର୍ଲଭ ହେବାରେ ଲାଗିଛି । ଯଥାଶିଘ୍ର ଆମେ ସତର୍କ ହୋଇ ଆବଶ୍ୟକୀୟ ପଦକ୍ଷେପ ନନେଲେ, ଶୋଷ ମେଣ୍ଟାଇବା ପାଇଁ ମୁନ୍ଦାଏ ପାଣି ମିଳିବା ମଧ୍ୟ କଷ୍ଟକର ହୋଇପଡିବ । ଗତବର୍ଷ ମହାରାଷ୍ଟ୍ର ଓ ତାମିଲନାଡୁରେ ହୋଇଥିବା ଭୀଷଣ ଜଳ ସଙ୍କଟ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ତେବେ ଯଦି ସରକାର ଯଦି ଜଳ ସଂରକ୍ଷଣ ମାମଲାକୁ ଗମ୍ଭୀରତାର ନ ନିଅନ୍ତି, ତେବେ 2022 ବେଳକୁ ଜଳ ପାଇଁ ଯୁଦ୍ଧ କରୁଥିବା ଦେଶ ମଧ୍ୟରୁ ଭାରତ ଗୋଟିଏ ହେବ।

ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ଯେ, ଜଳ ସଙ୍କଟ ପାଇଁ ଉଭୟ ନାଗରିକ ଓ ସରକାର ସମାନ ଭାବରେ ଦାୟୀ। ଭାରତୀୟ ସର୍ବଦା ଅଧିକାର ବିଷୟରେ କୁହନ୍ତି, କେବେ କର୍ତ୍ତବ୍ୟ ବାବଦରେ କୁହନ୍ତି ନାହିଁ ବୋଲି ମନ୍ତ୍ରୀ ଶେଖାୱତ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ଚେନ୍ନାଇ ଓ ବେଙ୍ଗାଲୁରୁ ଯେ ଦିନେ ଆଉ ଏକ କେପଟାଉନରେ ପରିଣତ ହେବ ସେଥିରେ ଦ୍ବିମତ ହେବାର କୌଣସି କାରଣ ନାହିଁ।

ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅନୁଭବ କରି ସାରିଛି ଦକ୍ଷିଣ ଆଫ୍ରିକାର କେପ ଟାଉନ ସହର। 2017-18ରେ କେପ ଟାଉନ ସହରର ପ୍ରାୟ 40 ଲକ୍ଷ ଲୋକ ମୁନ୍ଦାଏ ପାଣି ପାଇଁ ଅନେକ ଦିନ ଧରି ହନ୍ତସନ୍ତ ହୋଇଥିଲେ। ଜଳାଭାବ ଯୋଗୁଁ ସହରର ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ଦୈନିକ 50 ଲିଟର ପାଣି ଯୋଗାଇ ଦିଆଯାଉଥିଲା। ଯାହା ଜଣେ ଆମେରିକୀୟ ପ୍ରତିଦିନ କେବଳ ଗାଧୋଇବା ପାଇଁ ବ୍ୟବହାର କରେ। ସେହି ସମୟରେ ଯେଉଁ ବ୍ୟକ୍ତି ଲୁଗା ସଫା ନକରି ଜଳ ସଂରକ୍ଷଣ କରିବ ତା ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା। ସରକାର ସମସ୍ତ ରେସ୍ତୁରାଁ, ଦୋକାନ ଓ ଶୌଚାଳୟରେ ପାଣିର ବ୍ୟବହାର ବନ୍ଦ କରାଇ ଦେଇଥିଲେ। ଜିରୋ ଡେ କହି ମ୍ୟୁନିସିପାଲିଟି ପାଣି ସପ୍ଲାଇ ମଧ୍ୟ ବନ୍ଦ କରି ଦେଇଥିଲା। ଜଳ ନଷ୍ଟ ଉପରେ ନଜର ରଖିବା ପାଇଁ, ଜଳ ପୋଲିସ ବିଭିନ୍ନ ଘରେ ଚଢ଼ାଉ କରି ମୋଟା ଅଙ୍କର ଜୋରିମନା ଆଦାୟ କରିଥିଲା।

ଯେତେବେଳେ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ସାଧାରଣ ସ୍ତରରୁ ସାମାନ୍ୟ ଅଧିକ ବୃଦ୍ଧି ପାଏ, ସେତେବେଳେ ଜଳବାୟୁର ପ୍ରକାରକୁ El Nino ବୋଲି କୁହାଯାଏ । El Ninoର ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବାଦଲ ଗୁଡିକ ଅନ୍ତର୍ନିହିତ ହୋଇଯାନ୍ତି । ଯାହା ଫଳରେ, ସବୁଜିମା ପୂର୍ଣ୍ଣ କ୍ଷେତ୍ର ଦକ୍ଷିଣ ଆଫ୍ରିକାରେ ଭୀଷଣ ମରୁଡି ପରିସ୍ଥିତି ଉପୁଜି ଥାଏ। ଜଳାଶୟ ଗୁଡିକ ଜଣର ଆବଶ୍ୟକତା ପୂରଣ କରି ପାରନ୍ତିନାହିଁ। ଯାହା ଫଳସ୍ବରୂପ କେପ ଟାଉନ ସହର ଭୟଙ୍କର ଜଳ ସଙ୍କଟ ସାମ୍ନା କରିଥିଲା। ବଢୁଥିବା ଜନସଂଖ୍ୟାର ଜଳ ଆବଶ୍ୟକତାକୁ ପୂରଣ କରିବାରେ ସ୍ଥାନୀୟ ସରକାର ବିଫଳ ହୋଇଥିଲେ । ଜଳବାୟୁ ପରିବର୍ତ୍ତନର ଏହା ଏକ ଜ୍ବଳନ୍ତ ଉଦାହରଣ।

ଦକ୍ଷିଣ ଆଫ୍ରିକାର ଦକ୍ଷିଣ ପଶ୍ଚିମରେ ରହିଛି ବନ୍ଦରମୟ ସହର କେପ ଟାଉନ । ଏହା ବିଶ୍ବର ସବୁଠାରୁ ବଡ ସହର ମଧ୍ୟରୁ ଗୋଟିଏ । ଏହା ହେଉଛି ସେହି ସ୍ଥାନ ଯେଉଁଠି ନେଲ୍ସନ ମାଣ୍ଡେଲା ଦିନେ କାରାବାସ ଭୋଗିଥିଲେ। ପ୍ରତିବର୍ଷ କେପ ଟାଉନ ବୁଲିବା ପାଇଁ 20 ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ଏହି ସହରରେ ପର୍ଯ୍ୟଟନ ହେଉଛି ଅର୍ଥ ବ୍ୟବସ୍ଥା ଉନ୍ନତିର ଏକ ମୁଖ୍ୟ ଉତ୍ସ। ପ୍ରତିବର୍ଷ 330 ମିଲିୟନ ଆମେରିକୀୟ ଡଲାର କେବଳ ପର୍ଯ୍ୟଟନରୁ ହିଁ ଆୟ କରେ କେପ ଟାଉନ । ଫାଇଭ ଷ୍ଟାର ହୋଟେଲ, ସୁନ୍ଦର ସମୁଦ୍ର ତଟ, ମନଲୋଭା ବନ୍ଦର, କେବୁଲ କାର, ଦ୍ବୀପରେ ଥିବା ରିସର୍ଟ, ସାଇକେଲ ଦୌଡ, କ୍ରିକେଟ, ରଗବି ସବୁକିଛି ଅଛି ଏଠାରେ, ଯାହା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମେ। କିନ୍ତୁ ବୃଦ୍ଧି ପାଉଥିବା ଜଳ ସଙ୍କଟ ଯୋଗୁଁ, ଏସମସ୍ତ ପର୍ଯ୍ୟଟନସ୍ଥଳୀ ଫିକା ପଡିଛି ଓ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ଶିଥିଳ ପଡିଛି। ବର୍ଷ ବର୍ଷର ବିକାଶ ଗୋଟିଏ ବୁନ୍ଦା ପାଣିରେ ଧୋଇ ହୋଇ ଯାଇଛି।

କେପ ଟାଉନ ଜଳ ସଙ୍କଟ ପ୍ରତି ଜଣେ ବ୍ୟକ୍ତି ଉଦାସୀନ ମୋନଭାବ ରଖିପାରେ କିନ୍ତୁ ଏହା ସମସ୍ତ ରାଷ୍ଟ୍ର ପାଇଁ ଏକ ବିପଦର ଘଣ୍ଟି । ବ୍ରାଜିଲର ସାଓ ପାଓଲୋ ଜଳସଙ୍କଟ ନିକଟବର୍ତ୍ତୀ ହେଉଥିବା ବେଳେ ବେଙ୍ଗାଲୁରୁ ମଧ୍ୟ ଏହାର ନିକଟବର୍ତ୍ତୀ । ବେଜିଂ, କାଇରୋ, ମସ୍କୋ ମଧ୍ୟ ଏଥିରୁ ଦୂରରେ ନାହାଁନ୍ତି । ଆମେ ଚେନ୍ନାଇ ଜଳ ସଙ୍କଟ ବିଷୟରେ ଅବଗତ। ବର୍ତ୍ତମାନ ମଧ୍ୟ ଲୋକେ ଜଳ ପାଇଁ ପାଣି ଟ୍ୟାଙ୍କର ଉପରେ ନିର୍ଭର କରୁଛନ୍ତି। ସ୍ବାଧିନତା ପରେ ମୁଣ୍ଡପିଛା ଜଳ 5000 କ୍ୟୁବିକ ମିଟର ଥିବା ବେଳେ 2018 ବେଳକୁ ଏହା ଖସିଯାଇ 1540 କ୍ୟୁବିକ ମିଟର ରହିଛି । ଆମେ ଜଙ୍ଗଲ ନଷ୍ଟ କରି ବିକାଶ ନାଁରେ ହ୍ରଦର ଅତିକ୍ରମଣ କରୁଛୁ। ମୌସୁମି ବର୍ଷା ଅନିୟମିତ ହୁଏ । ହେଲେ ବର୍ଷା ନିୟମିତ ହେଲେ ମଧ୍ୟ ବର୍ଷାଜଳ ସଂରକ୍ଷଣ ପାଇଁ କୌଣସି ଯୋଜନା ହୋଇ ପାରି ନାହିଁ । ଯାହାଫଳରେ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି । ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ମିସନ କାକତୀୟ’ ଓ ‘ମିସନ ଭାଗିରଥ’ ଜଳସଙ୍କଟର ଏହି ଗମ୍ଭୀର ପରିସ୍ଥିତିରେ ଆଶାର କିରଣ ସଞ୍ଚାର କରିଛି।

ଯଦିଓ ପୃଥିବୀର 70 ଭାଗ ଜଳ, କିନ୍ତୁ ଏହାର କେବଳ ତିନି ପ୍ରତିଶତ ହିଁ ହେଉଛି ମଧୁର ଜଳ। ସମଗ୍ର ବିଶ୍ବର ଜନସଂଖ୍ୟା 800 କୋଟି । ସେଥି ମଧ୍ୟରୁ ପ୍ରାୟ ଏକ କୋଟି ଲୋକ ବିନା ପାଣିର ଉପଲବ୍ଧିରେ ଜୀବନ ଅତିବାହିତ କରୁଛନ୍ତି । 270 କୋଟି ଲୋକ ଜଳ କଷ୍ଟର ଶିକାର ହେଉଛନ୍ତି । ସାରା ବିଶ୍ବରେ 500 ସହର ଭୀଷଣ ଜଳସଙ୍କଟ ଭୋଗିବାର ସ୍ଥିତିରେ ଅଛି। ଯେଉଁଥିରେ ଭାରତର ମଧ୍ୟ କିଛି ସହର ସାମିଲ ରହିଛି । ବର୍ଷକୁ ବର୍ଷ ବର୍ଷାର ମାତ୍ରା କମୁଛି । ଯାହାର ପ୍ରଭାବ କୃଷି ଉପରେ ଗଭୀର ଭାବେ ପଡୁଛି । ନଦୀ ସବୁ ଶୁଖି ଯାଉଛି । ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଓ ପରିଚାଳନାର ଅତ୍ୟଧିକ ଆବଶ୍ୟକତା ରହିଛି । ତେବେ ଦାୟିତ୍ବ କେବଳ ସରକାରଙ୍କର ନୁହେଁ, ନାଗରିକଙ୍କର ମଧ୍ୟ । ଉଭୟଙ୍କ ମଧ୍ୟରେ ଏହା ସମାନ ଭାବରେ ବଣ୍ଟା ହେବା ଦରକାର । ଦେଖାଦେଇଥିବା ଜଳ ସଙ୍କଟକୁ ଏଡାଇବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ନିଜର କର୍ତ୍ତବ୍ୟ କରିବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.