ETV Bharat / bharat

କର୍ଣ୍ଣାଟକରେ କାଳବୈଶାଖୀ ତାଣ୍ଡବ, ଉପୁଡିଲା 45ରୁ ଅଧିକ ଗଛ

author img

By

Published : May 30, 2020, 3:16 PM IST

ଗତ ଶୁକ୍ରବାର କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପବନରେ 45 ରୁ ଅଧିକ ଗଛ ଉପୁଡ଼ିଛି । ଗତ ସପ୍ତାହରେ ମଧ୍ୟ ପ୍ରବଳ ବର୍ଷା ହେତୁ ଶହ ଶହ ଗଛ ଉପୁଡି ପଡିଥିଲା।

_rain
କର୍ଣ୍ଣାଟକରେ ପ୍ରବଳ ବର୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରବଳ ବର୍ଷାରେ ଉପୁଡିଲା 45ରୁ ଅଧିକ ଗଛ । ଗତ ଶୁକ୍ରବାର କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପବନରେ 45 ରୁ ଅଧିକ ଗଛ ଉପୁଡ଼ିଛି । ଗତ ସପ୍ତାହରେ ମଧ୍ୟ ପ୍ରବଳ ବର୍ଷା ହେତୁ ଶହ ଶହ ଗଛ ଉପୁଡି ପଡିଥିଲା।

କର୍ଣ୍ଣାଟକରେ ପ୍ରବଳ ବର୍ଷା

ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ଅନେକ ସ୍ଥାନରେ ଗଛ ଉପୁଡିଥିବା ସୂଚନା ମିଳିଛି । ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି)କୁ ବର୍ଷା ପାଣି ଘେର ଥିବା ନେଇ ତିନୋଟି ଅଭିଯୋଗ ମିଳିଥିବା ବେଳେ ଅନେକ ସ୍ଥାନ ସାଧାରଣତଃ ନିମ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକର ମାଲେଶ୍ୱରମ୍, ସିଭି ରମଣ ନଗର, ସୁବ୍ରମଣ୍ୟମ ନଗର, ମହିଶୁର ରୋଡ୍ ଇତ୍ୟାଦି ସ୍ଥାନରେ ଗଛ ଉପୁଡି ପଡିଥିବା ଜଣାପଡିଛି ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ମେ 30ରେ ଆକାଶ ମେଘୁଆ ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଛି । ମେ 30ରେ ବର୍ଷା ହେବାର କୌଣସି ପୂର୍ବାନୁମାନ ନାହିଁ ଏବଂ ଜୁନ୍ 1 ସନ୍ଧ୍ୟା କିମ୍ବା ରାତିରେ ବର୍ଷା ଏବଂ ବଜ୍ରପାତ ହେବ । ଯାହା ଜୁନ୍ 2 ପର୍ଯ୍ୟନ୍ତ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.