ନୂଆଦିଲ୍ଲୀ: ନାଗିରକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନିଜ ମତ ରଖିଛନ୍ତି । ବିଶ୍ବରେ ହିନ୍ଦୁଙ୍କ ପାଇଁ କୌଣସି ଦେଶ ନାହିଁ ତେଣୁ ଅନ୍ୟଦେଶର ସଂଖ୍ୟାଲଘୁ କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ସେ ।
ନେପାଳ ହିନ୍ଦୁ ରାଷ୍ଟ୍ର ମାତ୍ର ସେଠାରେ କେବଳ ହିନ୍ଦୁ ରହୁନାହାଁନ୍ତି ତେଣୁ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟ ଯିବେ କୁଆଡେ । ମାତ୍ର ମୁସଲମାନଙ୍କ ପାଇଁ ବହୁତ ଇସଲାମିକ୍ ରାଷ୍ଟ୍ର ଅଛି, ସେମାନେ ସେଠାରେ ନାଗରିକତା ପାଇପାରିବେ ବୋଲି କହିଛନ୍ତି ଗଡକରୀ ।
ଆମେ ଦେଶର ସଂଖ୍ୟାଲଘୁଙ୍କ ବିରୋଧରେ ନାହୁଁ ମାତ୍ର କେତେକ ରାଜନୀତିକ ଦଳ ସଂଖ୍ୟାଲଘୁଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ବୁଧବାର ସୁପ୍ରିମକୋର୍ଟ ନାଗରିକତା ସଂଶୋଧନ ଆଇନକୁ ପୁଣି ଯାଞ୍ଚ କରିବାକୁ କହିଥିଲେ ମଧ୍ୟ ଏହାକୁ ରବ୍ଦ କରିନଥିଲେ ।