ଗାନ୍ଧିନଗର: ଗୁଜୁରାଟର ସୁରେନ୍ଦ୍ରନଗରରେ ଭୟଙ୍କର ସଡକ ଦୁର୍ଘଟଣା । ଶନିବାର ସୁରେନ୍ଦ୍ରନଗରର ପାଟି ତାଲୁକା ଅନ୍ତର୍ଗତ ଖେରଓ୍ବା ଗାଁ ନିକଟରେ ଏକ କାର ଓ ଡମ୍ଫର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ କାରଟିରେ ନିଆଁ ଲାଗି ଯାଇଛି । ଫଳରେ କାରରେ ଥିବା 7 ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଦୁର୍ଘଟଣା ଘଟାଇ ଡମ୍ଫର ଡ୍ରାଇଭରଟି ଘଟଣାସ୍ଥଳରୁ ଖସି ପଳାଇ ଯାଇଛି ।
ସୂଚନାଯୋଗ୍ୟ, କାର ଓ ଡମ୍ଫର ମଧ୍ୟରେ ଧକ୍କା ହେବା ଫଳରେ କାରଟିରେ ନିଆଁ ଲାଗି ଯାଇଥିଲା । ଯାହାଦ୍ବାରା କାରରେ ଫସି ରହିଥିବା ଲୋକେ ବାହାରି ପାରିନଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି । ତେବେ ବାରମ୍ବାର ଗୁଜୁରାଟରେ ସଡକ ଦୁର୍ଘଟଣା ଘଟଣା ପ୍ରକାଶ ପାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ