ETV Bharat / bharat

ଅସ୍ତ୍ରବିରତି ଉଲ୍ଲଙ୍ଘନର କଡା ଜବାବ, ପାକିସ୍ତାନର 7ଟି ପୋଷ୍ଟ ଧ୍ବଂସ କଲା ଭାରତ - ଅସ୍ତ୍ରବିରତି ଉଲ୍ଲଙ୍ଘନ

ରଜୌରି ଓ ପୁଞ୍ଚ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ଲକ୍ଷ୍ୟ କରି ପାକିସ୍ତାନ ଯବାନଙ୍କୁ ଭାରତୀୟ ଯବାନ କଡା ଜବାବ ଦେଇଛନ୍ତି । ନିୟନ୍ତ୍ରଣ ରେଖାକୁ ଲାଗିଥିବା ପାକିସ୍ତାନର ସାତଟି ପୋଷ୍ଟକୁ ଧ୍ବଂସ କରିଦେଇଛି ଭାରତ ।

ପ୍ରତୀକାତ୍ମକ ଫଟୋ
author img

By

Published : Apr 3, 2019, 12:03 AM IST

ଜମ୍ମୁ ଓ କାଶ୍ମୀର: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ପାକିସ୍ତାନ ସେନାର 7ଟି ପୋଷ୍ଟକୁ ଭାରତୀୟ ସେନା ଧ୍ବଂସ କରିଦେଇଛି । ଭାରତୀୟ ସେନା ପକ୍ଷରୁ ପାକ୍‌ ସେନା ଉପରେ ଏହି ଆକ୍ରମଣ ହୋଇଛି ।

ସୂଚନାନୁସାରେ ରଜୌରି ଓ ପୁଞ୍ଚ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ଲକ୍ଷ୍ୟ କରି ପାକିସ୍ତାନ ଯବାନଙ୍କୁ ଭାରତୀୟ ଯବାନ କଡା ଜବାବ ଦେଇଛନ୍ତି । ନିୟନ୍ତ୍ରଣ ରେଖାକୁ ଲାଗିଥିବା ପାକିସ୍ତାନର ସାତଟି ପୋଷ୍ଟକୁ ଧ୍ବଂସ କରିଦେଇଛି ଭାରତ । ଭାରତୀୟ ଯବାନଙ୍କ ଗୁଳିମାଡରେ ତିନି ଜଣ ପାକିସ୍ତାନ ଯବାନ ନିହତ ହୋଇଥିବା ସୂଚନା ରହିଛି । ତେବେ ସୀମାରେ ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ରଜୌରି ଓ ପୁଞ୍ଚ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳକୁ ଲାଗି ରହିଥିବା ସ୍କୁଲକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଲଗାତାର କିଛିଦିନ ଧରି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଛି । ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପକ୍ଷରୁ ସୋମବାର କରାଯାଇଥିବା ଗୁଳି ବିନିମୟରେ ବିଏସଏଫର ଜଣେ ଇନ୍ସପେକ୍ଟର ଶହୀଦ ହୋଇଥିଲେ । ଏହାସହ ଜଣେ ୫ ବର୍ଷର ଶିଶୁ ଓ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହାଛଡା ଏହି ଗୁଳି ବିନିମୟରେ ୨୪ ଜଣ ଲୋକ ଗୁରୁତର ଆହତ ହୋଇଥିଲେ । ଫଳରେ ଆଜି ଭାରତ ପକ୍ଷରୁ ଏହାର କଡା ଜବାବ ଦେଇ ଭାରତୀୟ ସେନା ପ୍ରଥମେ ଗୁଳି ବିନିମୟ ଆରମ୍ଭ କରିଥିଲେ ।

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.