ନୂଆଦିଲ୍ଲୀ: ବିମାନସେବା ପ୍ରଦାନକାରୀ କମ୍ପାନୀ ଗୋଏୟାର ନିଜର 7ଟି ନୂଆ ବିଦେଶ ରୁଟ୍ ଘୋଷଣା କରିଛି । ଏହି ସେବାକୁ ଜୁଲାଇ 17ରୁ ଲାଗୁ କରାଯିବ ।
ଗୋ ଏୟାର ପକ୍ଷରୁ ନୂତନ ଭାବେ 7ଟି ରୁଟ୍ରେ ବିଦେଶକୁ ବିମାନସେବା ଯୋଗାଇବ । ମୁମ୍ବାଇ ଓ ଦିଲ୍ଲୀରୁ ଆବୁଧାବି, ମସ୍କଟ ଓ ବ୍ୟାଙ୍କକକୁ ନୂତନ ଭାବେ ସେବା ଆରମ୍ଭ କରିବ । ସେହିଭଳି କନ୍ନୁରରୁ ଦୁବାଇ ଓ କୁଏତକୁ ଯାତ୍ରୀ ନେବା ଆଣିବା କରିବ ଗୋଏୟାର ।
ଗୋଏୟାର ସେବା ଆରମ୍ଭ କରିବାଠାରୁ 72 ମିଲିୟନ ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଯାତ୍ରୀ ପରିବହନ କ୍ଷମତାକୁ 100 ମିଲିୟନରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି କମ୍ପାନୀ ।