ETV Bharat / bharat

କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହେବ ସେରୋଲଜିକାଲ୍ ସର୍ଭେ - କଣ୍ଟେନମେଣ୍ଟ ଜୋନ

ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ଦିଲ୍ଲୀରେ ଏକ ସେରୋଲଜିକାଲ୍ ସର୍ଭେ କରାଯିବ ।

କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହେବ ସେରୋଲଜିକାଲ୍  ସର୍ଭେ

author img

By

Published : Jun 22, 2020, 3:45 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ପ୍ରଥମେ ଦିଲ୍ଲୀରେ ସେରୋଲଜିକାଲ୍ ସର୍ଭେ କରାଯିବ । ତେବେ ଏହି ସେରୋଲଜିକାଲ୍ ସର୍ଭେ କ’ଣ ଓ କୋରୋନା ଉପରେ ଏହାର ପ୍ରଭାବ କ’ଣ ହେବ ? ଆସନ୍ତୁ ଜାଣିବା ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ସେରୋଲଜିକାଲ୍ ସର୍ଭେ ବର୍ତ୍ତମାନ ଚର୍ଚ୍ଚାର ବିଷୟ । ଏହି ସର୍ଭେ କଣ୍ଟେନମେଣ୍ଟ ଜୋନ୍ ପାଇଁ ଏକ ନୂତନ ରଣନୀତି ବୋଲି ପ୍ରମାଣିତ ହେବ । ବିଭିନ୍ନ ରାଜ୍ୟ, କଣ୍ଟେନମେଣ୍ଟ ଜୋନରେ କୋରୋନା କେତେ ପରିମାଣରେ ପହଞ୍ଚିଛି ତାହା ଜାଣିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଣାଳୟ 11 ମେ ରେ ସେରୋଲୋଜିକାଲ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବେକ୍ଷଣ ଅଧୀନରେ ଲୋକଙ୍କ ରକ୍ତ ନମୁନା ନିଆଯାଉଛି । ଏଥିରୁ ଜଣାପଡିଛି ଯେ କିଛି ଲୋକଙ୍କ ଶରୀରରେ କୋରୋନା ଆଣ୍ଟିବଡି ମଧ୍ୟ ରହିଛି।

ଏହି ସର୍ଭେଗୁଡିକ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି (NIE) ଓ ଆଇସିଏମ୍ଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍ ରିସର୍ଚ୍ଚ ଇନ୍ ଟ୍ୟୁବରକୁଲୋସିସ୍ ଦ୍ବାରା ପରିଚାଳିତ । ଏହା ବ୍ୟତୀତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି।

ରକ୍ତ ନମୁନା ନେବା ପାଇଁ ଦେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ଏପରି ରାଜ୍ୟ ଓ ଜିଲ୍ଲା ଅଛି ଯେଉଁଠାରେ କୋରୋନାର ସର୍ବାଧିକ ମାମଲା ରହିଛି । ଏହି ସହର ଗୁଡିକ ହେଉଛି ମୁମ୍ବାଇ, ଥାନେ, ପୁନେ, ଅହମ୍ମଦାବାଦ, ସୁରାଟ, ଦିଲ୍ଲୀ, କୋଲକାତା, ଇନ୍ଦୋର, ଜୟପୁର ଓ ଚେନ୍ନାଇ । ଦ୍ବିତୀୟ ଭାଗରେ ଏହିପରି ଜିଲ୍ଲାଗୁଡିକ ଚୟନ କରାଯାଇଛି, ଯେଉଁଥିରେ କୋରୋନା ମାମଲା ଶୂନ, ନିମ୍ନ, ମଧ୍ୟମ ଓ ଉଚ୍ଚ ରହିଛି ।

27 ଜୁନରୁ 10 ଜୁଲାଇ ମଧ୍ୟରେ ଦିଲ୍ଲୀରେ ସେରୋଲଜିକାଲ୍ ସର୍ଭେ କରାଯିବ । ଏଥିରେ ପ୍ରାୟ 20 ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.