ETV Bharat / bharat

ପରଲୋକରେ ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ, ଶୋକପ୍ରକାଶ କଲେ ରାଷ୍ଟ୍ରପତି ଓ ପିଏମ - senior RJD leader Raghuvansh Prasad Singh dies

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ସମୟରେ ଆରଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂଙ୍କର ମୃତ୍ୟୁ ହୋଇଛି । ସମ୍ପୂର୍ଣ୍ଣ ପଢନ୍ତୁ....

ପରଲୋକରେ ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପିଏମ

author img

By

Published : Sep 13, 2020, 1:28 PM IST

ପାଟନା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂଙ୍କ ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଦେହାନ୍ତ ହୋଇଛି । ସେ ଆଇସିୟୁରେ ଭେଣ୍ଟିଲେଟରରେ ଥିଲେ। ରଘୁବଂଶ ପ୍ରଥମେ କୋରୋନାରେ ସଂକ୍ରମିତ ହୋଇଥିଲେ ହେଲେ ପରେ ସେ ପରେ ସୁସ୍ଥ ହୋଇଥିଲେ। ଦୀର୍ଘ ଦିନ ଧରି ଦଳ ଉପରେ ଆକ୍ରୋଶ ମନୋଭାବ ରଖିଥିବା ଆରଜେଡି ନେତା ରଘୁବଂଶ ନିକଟରେ ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

ପରଲୋକରେ ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପିଏମ
ପରଲୋକରେ ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପିଏମ

ଲାଲୁ ଯାଦବଙ୍କୁ ଲେଖିଥିବା ଚିଠିରେ ରଘୁବଂଶ ଲେଖିଥିଲେ ଯେ, 'ମୁଁ ଜନନାୟକ କର୍ପୁରୀ ଠାକୁରଙ୍କ ମୃତ୍ୟୁ ପରେ 32 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପଛରେ ଛିଡା ହୋଇଛି, କିନ୍ତୁ ଆଉ ନୁହେଁ। ଦଳର ନେତା, କର୍ମୀ ଏବଂ ସାଧାରଣ ଜନତା ମତେ ବହୁତ ଭଲପାଉଥିଲେ। ଆଉ ମୋର ଏପରି ନିଷ୍ପତ୍ତି ପାଇଁ ମତେ କ୍ଷମା କରନ୍ତୁ' ।

ତେବେ ରଘୁବଂଶଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି । କୋବିନ୍ଦ ଟ୍ବିଟ କରି ଲେଖିଛନ୍ତିଯେ, 'ରଘୁବଂଶ ପ୍ରସାଦ ସିଂଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖ ଦାୟକ । ଜଣେ ବିଶିଷ୍ଟ ନେତା ଭାବେ ସେ ପରିଚିତ ଥିଲେ, ଗ୍ରାମୀଣ ଭାରତ ବିଷୟରେ ତାଙ୍କର ଏକ ଅଦ୍ଭୁତପୂର୍ବ ଜ୍ଞାନ ଥିଲା । ଏପରି ଦୁଃଖଦ ସମୟରେ ତାଙ୍କ ପରିବାରକୁ ମୋର ସମବେଦନା'।

@rashtrapatibhvn
@rashtrapatibhvn

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ମୋଦି ଟ୍ବିଟ କରି ଲେଖିଛନ୍ତିଯେ, 'ରଘୁବଂଶ ପ୍ରସାଦ ସିଂ ଆମ ଗହଣରେ ଆଉ ନାହାଁନ୍ତି । ତାଙ୍କର ଦେହାନ୍ତ ବିହାରର ରାଜନୈତିକ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି'

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.