ETV Bharat / bharat

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ନେତା

author img

By

Published : Feb 26, 2020, 2:26 PM IST

ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳାଇଛନ୍ତି ଆନ୍ଦୋଳନକାରୀ । ବ୍ୟାପକ ହିଂସା କାଣ୍ଡରେ ଛାରଖାର ହୋଇଯାଇଛି ଉତ୍ତର-ପୂର୍ବ ଦିଲ୍ଲୀର ଅନେକ ଅଞ୍ଚଳ । ସେପଟେ 18 ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏହାକୁ ନେଇ ରାଷ୍ଟ୍ରପତି କୋବିନ୍ଦକୁ ଭେଟିବ କଂଗ୍ରେସର ଏକ ପ୍ରତିନିଧି ଟିମ୍ । ଆଗକୁ ପଢନ୍ତୁ..

DelhiViolence
DelhiViolence

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଶୀର୍ଷରେ ପହଁଚିଛି ହିଂସା । ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉଗ୍ର ହୋଇଛି ଆନ୍ଦୋଳନ । ଦିଲ୍ଲୀର ଅନେକ ଅଞ୍ଚଳରେ ବିକ୍ଷୋଭକାରୀ ନିଆଁ ଲଗାଇବା ସହ ଗୁଳି ଓ ଟେକା ପଥର ମାଡ଼ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 18 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ଘଟଣାରେ କଂଗ୍ରେସର ବରିଷ୍ଠ ନେତା ଆଜି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିବେ ।

ରାଜଧାନୀରେ ଜାରି ରହିଥିବା ଅଶାନ୍ତ ସ୍ଥିତିରେ ସ୍ଥିରତା ଆଣିବା ପାଇଁ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ଏହି ପ୍ରତିନିଧି ମଣ୍ଡଳ । ସୂଚନା ଅନୁଯାଇ ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସର ଅନେକ ବରିଷ୍ଠ ନେତା ସାମିଲ ରହିଛନ୍ତି । ଦଳ ପକ୍ଷରୁ ଏନେଇ ସୂଚନା ମିଳିଥିବାବେଳେ କେଉଁ ସମୟରେ ଗସ୍ତ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.