ETV Bharat / bharat

'ହିଂସାକୁ ଭୟ ନକରି ପଶ୍ଚିମବଙ୍ଗରେ ପ୍ରତିଷ୍ଠା କରିବୁ ବିଜେପି ଗଡ'

author img

By

Published : Dec 20, 2020, 7:53 PM IST

ପଶ୍ଚିମବଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମମତାଙ୍କୁ ଚେତାବନୀ ଦେଇ ଶାହ କହିଛନ୍ତି, ବିଜେପି ହିଂସାରେ ଭୟ କରିଯିବ ଏହି ଭ୍ରମରେ ଟିଏମସି ନେତା ନ ରୁହନ୍ତୁ । ଆମେ ପଶ୍ଚିମବଙ୍ଗରେ ଆମ ଗଡ ପ୍ରତିଷ୍ଠା କରିବାର କାମ କରିବୁ । ଅଧିକ ପଢନ୍ତୁ...

'ହିଂସାକୁ ଭୟ ନକରି ପଶ୍ଚିମବଙ୍ଗରେ ପ୍ରତିଷ୍ଠ କରିବୁ ବିଜେପି ଗଡ'

କୋଲକାତା: ପଶ୍ଚିମବଙ୍ଗର ବୀରଭୂମିରେ ମେଗା ରୋଡ ଶୋ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପ୍ରଶାସନକୁ ଅନେକ ବିଷୟ ଉପରେ ଘେରିଛନ୍ତି ଗୃହମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପରିବାରବାଦର ଅଭିଯୋଗ ଲଗାଇ ଅମିତ ଶାହ କହିଛନ୍ତି, ମମତାଙ୍କୁ ନିଜ ଭଣଜାଙ୍କ ଚିନ୍ତା ରହିଛି । ସେ ତାଙ୍କୁ କୌଣସି ବି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି ।

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର କଡା ନିନ୍ଦା କରିଛନ୍ତି ଗୃହମନ୍ତ୍ରୀ । ଶାହ କହିଛନ୍ତି, ଯେଭଳି ଭାବରେ ଟିଏମସି କାର୍ଯ୍ୟକର୍ତ୍ତା ଆମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପରେ ଆକ୍ରମଣ କଲେ ବିଜେପି ଏହାର ନିନ୍ଦା କରୁଛି । ଏହା ଗଣତନ୍ତ୍ରକୁ ଆଘାତ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଶାହ କହିଛନ୍ତି, ଲୋକତନ୍ତ୍ରରେ ସମସ୍ତଙ୍କୁ ନିଜ କଥା କହିବାର ଅଧିକାର ରହିଛି । ହିଂସା ମାମଲାରେ ପଶ୍ଚିମବଙ୍ଗ ପ୍ରଥମ ନମ୍ବରରେ ରହିଛି । କେବଳ ଏତିକି ନୁହେଁ, ରାଜ୍ୟରେ ଦୁର୍ନୀତି ମଧ୍ୟ ଚରମରେ ରହିଥିବା କହିଛନ୍ତି ଅମିତ ଶାହ ।

ମମତାଙ୍କୁ ଚେତାବନୀ ଦେଇ ଶାହ କହିଛନ୍ତି, ବିଜେପି ହିଂସାରେ ଭୟ କରିଯିବ ଏହି ଭ୍ରମରେ ଟିଏମସି ନେତା ନ ରୁହନ୍ତୁ । ଆମେ ପଶ୍ଚିମବଙ୍ଗରେ ଆମ ଗଡ ପ୍ରତିଷ୍ଠା କରିବାର କାମ କରିବୁ । ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମରେ ରହିଛି । 300ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରି ଦିଆଗଲା ହେଲେ ଏହାର ତଦନ୍ତରେ କୌଣସି ପ୍ରଗତି ହୋଇନାହିଁ । ପଶ୍ଚିମବଙ୍ଗରେ ରାଜନୀତିର ଅପରାଧିକରଣ କରାଯାଇଛି । ମା' ମାଟି ମାନୁଷର ନାରା ଦୂର ଦୂରକୁ ଦେଖିବାକୁ ମିଳୁନାହିଁ । ତେବେ ଦିଦିଙ୍କ ସରକାର ଏଥର ଯିବ ବୋଲି ଜୋର ଦେଇ କହିଛନ୍ତି ଗୃହମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.