ETV Bharat / bharat

ଘନକୁହୁଡି ଯୋଗୁଁ ସୀମାରେ ଯବାନଙ୍କ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ - ଘନକୁହୁଡି ଯୋଗୁଁ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ

ଭାରତ-ବାଂଲାଦେଶ ସୀମାରେ ଘନ କୁହୁଡି ଯୋଗୁଁ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବିଏସଏଫ ଯବାନ କହିଛନ୍ତି । ଅଧିକ ପଢନ୍ତୁ...

Security work disrupted due to heavy fog in India-bangladesh border
ଘନକୁହୁଡି ଯୋଗୁଁ ସୀମାରେ ଯବାନଙ୍କ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ
author img

By

Published : Jan 2, 2021, 10:21 PM IST

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ସର୍ବଦା ବିଏସଏଫ ଯବାନମାନେ ଶତ୍ରୁପକ୍ଷର କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି । କିନ୍ତୁ ଶୀତ ଋତୁରେ ଘନ କୁହୁଡ଼ି ଯୋଗୁଁ ସୁରକ୍ଷାକର୍ମୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘନ କୁହୁଡ଼ିରେ ପରିବେଶ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉନଥିବାରୁ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଯବାନମାନେ କହିଛନ୍ତି ।

ଭାରତର ସୀମାରେ ରାତ୍ରି ସମୟରେ ସୁରକ୍ଷା କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଥାଏ । ମାତ୍ର ଘନ କହୁଡ଼ିରେ ଏହି କାର୍ଯ୍ୟ ଆହୁରି କଷ୍ଟସାଧ୍ୟ ହୋଇପଡେ ବୋଲି ସୁରକ୍ଷାକର୍ମୀମାନେ କହିଛନ୍ତି । ଭାରତ-ବାଂଲାଦେଶ ସୀମାରେ ଘନ କୁହୁଡ଼ି ଯୋଗୁଁ କମ ଦୃଶ୍ୟମାନ ହୋଇଥାଏ । ଫଳରେ ଶତ୍ରୁପକ୍ଷ ବିନା ଦ୍ବିଧାରେ ସୀମା ଭିତରକୁ ପଶିଥାନ୍ତି । ସେତେବେଳେ ତାଙ୍କୁ ଅପର ପକ୍ଷର ଆକ୍ରମଣକୁ ଭୟ ନଥାଏ ବୋଲି ଯବାନମାନେ କହିଛନ୍ତି ।

ତେବେ ଗତବର୍ଷ ନଭେମ୍ବର 11 ତାରିଖରେ ବାଂଲାଦେଶୀ ଭାରତ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିଲା । ତେବେ ଉକ୍ତ ବ୍ୟକ୍ତି ହେଉଛନ୍ତି ବାଂଲାଦେଶର ନୀଲଫାମାରି ଅଞ୍ଚଳର ମହମ୍ମଦ ଖୈରିନୁଲ ରେହମାନ ବୋଲି ଜଣାପଡିଥିଲା । ତେବେ ଘନ କୁହୁଡ଼ି ଯୋଗୁଁ ଅତି ବେଶୀରେ 20ମିଟର ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥାଏ । ଏହି ସମୟରେ ଅଧିକ ପାଟ୍ରୋଲିଂ ଆବଶ୍ୟକ ବୋଲି 65 ବାଟାଲିଅନର କମାଣ୍ଡ ଅନିଲ କୁମାର ସିଂ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.