ETV Bharat / bharat

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା, ବଢିଲା ସୁରକ୍ଷା - ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା

ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ମନ୍ଦିର ନିର୍ମାଣର ଭବ୍ୟ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି ଦିନ କାଶ୍ମୀରରୁ ଧାରା 370କୁ ହଟାଇବାର ବର୍ଷେ ପୁରିଛି । ଏପରି ସ୍ଥିତିରେ ଆତଙ୍କାବାଦୀଙ୍କ ଟାର୍ଗେଟ ଏବେ ଅଯୋଧ୍ୟା ନଗର । ଅଧିକ ପଢନ୍ତୁ...

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା, ବଢିଲା ସୁରକ୍ଷା

author img

By

Published : Jul 29, 2020, 12:46 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା । ଭାରତୀୟ ଗୁଇନ୍ଦା ସଂସ୍ଥା ’ର’ ସୂଚନା ପରେ ଅଯୋଧ୍ୟା ନଗରୀରେ ବଢିଲା ସୁରକ୍ଷା । ରାମଜନ୍ମ ଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ 5 ତାରିଖରେ ଭୂମି ପୂଜନ କରାଯିବ । ଏହି ସମୟରେ ଆତଙ୍କୀ ହମଲା କରିପାରନ୍ତି ବୋଲି ସୂଚନା ଦେଇଛି ଗୁଇନ୍ଦା ବିଭାଗ ।

ଭୂମି ପୂଜନ ପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଭୂମି ପୂଜନ କାର୍ଯ୍ୟକ୍ରମ ଉପରେ ସମଗ୍ର ବିଶ୍ବର ନଜର ରହିଛି । ଏଥିସହ ଅଗଷ୍ଟ 5 ତାରିଖ ଦିନ କାଶ୍ମୀରରୁ ଧାରା 370 ହଟାଇବାରେ ମଧ୍ୟ ବର୍ଷେ ପୁରୁଛି । ଫଳରେ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି ।

‘ର’ ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣ ଲାଗି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଏ-ତୋଏବାକୁ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ସଙ୍ଗଠନର କିଛି ଆତଙ୍କବାଦୀ ଏଥିଲାଗି ଆଫଗାନିସ୍ତାନରେ ତାଲିମ ନେଉଛନ୍ତି। ଆଇଏସଆଇ ପକ୍ଷରୁ ଅଯୋଧ୍ୟାରେ ଆତଙ୍କୀ ଆକ୍ରମଣ ଲାଗି ୩ରୁ ୫ଟି ଦଳ ଗଠନ କରାଯାଇଛି। ଏହି ଆକ୍ରମଣ ବେଳେ ଭିଆଇପିମାନଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି। ଯାହାକୁ ନେଇ ଅଯୋଧ୍ୟା, ଜମ୍ମୁ ଓ କାଶ୍ମୀର ଓ ଦିଲ୍ଲୀରେ ସୁରକ୍ଷାକୁ କଡାକଡି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.