ଲକ୍ଷ୍ନୌ: ହାଥରସ ପିଡିତାଙ୍କ ପରିବାରକୁ ସୁରକ୍ଷା ଦେବେ ସିଆରପିଏଫ । ବହୁଚର୍ଚ୍ଚିତ ୟୁପି ହାଥରସ ପୀଡିତାଙ୍କ ପରିବାରର ସୁରକ୍ଷା ଭାର ସିଆରପିଏଫକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ ।
ରାମପୁରରୁ କମାଣ୍ଡଣ୍ଟ ମନମୋହନ ସିଂଙ୍କ ସହିତ ଆସିଥିବା ସିଆରପିଏଫର 239 ତମ ବାଟାଲିୟନର 80 ଯବାନଙ୍କୁ ଏହି ସୁରକ୍ଷା ଦାୟିତ୍ବ ଦିଆଯାଇଛି ।
ବର୍ତ୍ତମାନ ପିଡିତାଙ୍କ ଘରେ, ଘର ଆଖପାଖରେ ଏବଂ ଛାତରେ ଯବାନମାନେ କଡା ନଜର ରଖିବେ । ଛାତ ଉପରେ ops ମଧ୍ୟ ନିୟୋଜିତ ହୋଇଛନ୍ତି। ତେବେ ଯବାନମାନେ ପିଡିତାଙ୍କ ଗାଁକୁ ଆସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଯବାନମାନଙ୍କ ରହିବା ପାଇଁ ଗାଁର ଏକ ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ପିଡିତାଙ୍କ ପରିବାରର ସୁରକ୍ଷା ଦାୟିତ୍ବ ସ୍ଥାନୀୟ ପୋଲିସ ହାତରେ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ