ଲଦାଖ: ବିଶ୍ବବ୍ୟାପୀ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହି ଭାଇରସ ଏବେ ଭାରତରେ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ 125 ଜଣଙ୍କ ଠାରେ କୋରୋନା ପଜେଟିଭି ମିଳିବା ପରେ ସତର୍କତା ବଢିଯାଇଛି । ଏଭଳି ସ୍ଥଳରେ ଲଦାଖରେ 144 ଧାରା ଲାଗୁ ହୋଇଛି । ଯଦ୍ବାରା 5ରୁ ଅଧିକ ବ୍ୟକ୍ତିଙ୍କ ଏକାଠି ହେବା ଉପରେ କଟକଣା ଜାରି ହୋଇଛି । ଏହି ନିୟମ ମାର୍ଚ୍ଚ ଶେଷ ସୁଦ୍ଧା ଯାଏଁ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏହାକୁ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ବିଶ୍ବବ୍ୟାପୀ 1ଲକ୍ଷ 79 ହଜାର 814 ଆକ୍ରାନ୍ତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା 7 ହଜାର 71ରେ ପହଞ୍ଚି । ଚୀନରୁ ଉତ୍ପତ୍ତି ହୋଇଥିବା ଏହି ଭାଇରସ ବର୍ତ୍ତମାନ ବିଶ୍ବର 130ରୁ ଅଧିକ ଦେଶ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଛି । ସେପଟେ, ଭାରତରେ ଏହାର ପ୍ରଭାବ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ପ୍ରତିଷେଧକ ବ୍ୟବସ୍ଥା ରୂପେ ବିଦେଶ ଗସ୍ତରେ କଟକଣା ଲଗାଯିବା ସହ କେତେକ ଦେଶ ଭାରତ ମନା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ