ପୋର୍ଟବ୍ଲେୟର: ଆଣ୍ଡାମାନରେ ଦ୍ବିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ । ତେବେ ସେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ସହ ଯାତ୍ରା କରିଥିବା ତଦନ୍ତରୁ ଜଣାପଡିଛି । ବର୍ତ୍ତମାନ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆଣ୍ଡାମାନ ଏବଂ ନିକୋବର ଦ୍ବିପପୁଞ୍ଜର ମୁଖ୍ୟ ସଚିବ ଚେତନ ସାଙ୍ଗୀ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ ଭାରତରେ ସଂକ୍ରମିତ କୋରୋନା ଭାଇରସ ସଂଖ୍ୟା 633କୁ ବୃଦ୍ଧି ପାଇଛି । ଏଥିସହ ମୃତକଙ୍କ ସଂଖ୍ୟା 16ରେ ପହଞ୍ଚିଛି । ପ୍ରକାଶିତ ତଥ୍ୟ ଅନୁଯାୟୀ 44 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ଜଣାଯାଇଛି।