ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ସ୍ବେଦେଶୀକରଣକୁ ଆହୁରି ପ୍ରୋତ୍ସାହିତ କରିବାକୁ ଦାବି ବୃଦ୍ଧି ପାଇଛି । ଏହା ଅଧୀନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଦ୍ବିତୀୟ ନକାରାତ୍ମକ ଅସ୍ତ୍ର ଆମଦାନୀ ତାଲିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବ । ଏଥିରେ ଅଧିକ ଯନ୍ତ୍ରପାତି ଅନ୍ତର୍ଭୂକ୍ତ ହେବ ବୋଲି ଆଶା କରାଯାଉଛି।
ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଅଗଷ୍ଟ 9ରେ ପ୍ରଥମ ନକାରାତ୍ମକ ଅସ୍ତ୍ର ଆମଦାନୀ ତାଲିକା ପ୍ରକାଶ ପାଇଥିଲା ଯେଉଁଥିରେ ହାଲୁକା ଯୁଦ୍ଧ ବିମାନ ବର୍ଗରେ ଆର୍ଟିଲରି ବନ୍ଧୁକ, ପାରମ୍ପାରିକ ବୁଡ଼ାଜାହାଜ ଏବଂ ଯୁଦ୍ଧ ବିମାନ ସମେତ 101ଟି ସାମରିକ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ସାମରିକ ବ୍ୟାପାର ବିଭାଗ ତିନୋଟି ପ୍ରତିରକ୍ଷା ବାହିନୀ ସମେତ ସମସ୍ତ ହିତାଧିକାରୀଙ୍କ ସହ କାର୍ଯ୍ୟ କରୁଛି । ଯାହାଫଳରେ ଏହି ତାଲିକା ଶୀଘ୍ର ପ୍ରସ୍ତୁତ ହୋଇପାରିବ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପ୍ରକାଶ ପାଇବ। ଏହି ତାଲିକା ପ୍ରସ୍ତୁତ କରିବାକୁ ବିଭିନ୍ନ ସରକାରୀ ବିଭାଗ କାର୍ଯ୍ୟ କରୁଛନ୍ତି ।
ନକାରାତ୍ମକ ଅସ୍ତ୍ରଶସ୍ତ୍ରର ଆମଦାନୀ ତାଲିକା ପ୍ରସ୍ତୁତ କରିବାର କାର୍ଯ୍ୟ ସିଡିଏସ ଜେନେରାଲ ବିପିନ ରାୱତଙ୍କ ନେତୃତ୍ବରେ ସାମରିକ ବ୍ୟାପାର ବିଭାଗକୁ ଦିଆଯାଇଛି। ସରକାରଙ୍କ ଦ୍ବାରା ପ୍ରଥମ ତାଲିକା ଘୋଷଣା ହେବା ପୂର୍ବରୁ ଘରୋଇ ସାର୍ବଜନୀନ କ୍ଷେତ୍ର ଏବଂ ଘରୋଇ ଶିଳ୍ପକୁ ମଜବୁତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା।
@ANI