ETV Bharat / bharat

କୋରୋନା ଆତଙ୍କ: କେରଳରେ ଦ୍ବିତୀୟ ରୋଗୀ ଚିହ୍ନଟ

author img

By

Published : Feb 2, 2020, 2:26 PM IST

କେରଳରେ ଆଉ ଜମେ କୋରୋନା ଭାଇରସରେ ଆକ୍ରାନ୍ତ ରୋଗୀକୁ ଚିହ୍ନଟ କରାଯାଇଛି । ସେ ବାରମ୍ବାର ଚୀନ ଯିବା ଆସିବା କରୁଥିବା ବେଳେ ନିକଟରେ ସେ ସେଠାରୁ ଫେରିଥିଲେ। ଅଧିକ ପଢନ୍ତୁ...

korona virus
କୋରୋନା ଭାଇରସ

ଥିରୁଅନନ୍ତପୁରମ: ଚୀନର ଉହାନ ସହରରୁ ବ୍ୟାପୁଥିବା କୋରୋନା ଭାଇରସ ଏବେ ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି । ଚୀନରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବଢି 304ରେ ପହଞ୍ଚିଛି । ଏହା ମଧ୍ୟରେ କେରଳରେ ଆଉ ଜଣେ କୋରୋନା ଭାଇରସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ରବିବାର କେରଳରେ ଦ୍ବିତୀୟ କୋରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି।

ରୋଗୀ ଜଣକ ବାରମ୍ବାର ଚୀନ ଯିବା ଆସିବା କରୁଥିବା ବେଳେ ନିକଟରେ ସେ ସେଠାରୁ ଫେରିଥିଲେ । ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।

ଏହା ପୂର୍ବରୁ ଭାରତର ପ୍ରଥମ କୋରୋନା ଆକ୍ରାନ୍ତ ରୋଗୀ ମଧ୍ୟ କେରଳରେ ଚିହ୍ନଟ ହୋଇଥିଲା । ଏଠାକାର ଜଣେ ଛାତ୍ର ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ସେ ଚୀନର ଉହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରନ୍ତି ଏବଂ ସେ ମଧ୍ୟ ନିକଟରେ ଚୀନରୁ ଫେରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.