ETV Bharat / bharat

ଆଜି ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ

ଆଜି ଭାରତ-ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସଫଳ ହେବ ବୋଲି ଆଶା କରାଯାଉଛି ।

author img

By

Published : Dec 18, 2019, 9:11 AM IST

India-US 2+2 Ministerial Dialogue
ଫାଇଲ ଫଟୋ

ୱାଶିଂଟନ: ଆଜି(ବୁଧବାର) ଭାରତ-ଆମେରିକା ମଧ୍ୟରେ ଦ୍ବିତୀୟ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହେବ । ଆମେରିକା ମାଟିରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ପ୍ରତିନିଧି ମଣ୍ଡଳର ପ୍ରତିନିଧିତ୍ବ କରିବେ । ତେବେ ଏହି ବୈଠକ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସଫଳ ହେବ ବୋଲି ଆଶା କରାଯାଉଛି ।

ଏହି ବୈଠକରେ ଦ୍ବିପାକ୍ଷିକ ସୁରକ୍ଷା ସମ୍ବନ୍ଧୀୟ କିଛି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ହେବାର ଆଶା କରାଯାଉଛି । ଆମେରିକା ବୈଦେଶିକ ବିଭାଗର ଫଙ୍ଗି ୱାଣ୍ଟମ ମୁଖ୍ୟାଳୟରେ ବୁଧବାର ଜୟଶଙ୍କର ଏବଂ ରାଜନାଥ ସିଂହ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଏବଂ ପ୍ରତିରକ୍ଷାମନ୍ତ୍ରୀ ମାର୍କ ଏସପରଙ୍କ ସହ ଏହି ସମ୍ବନ୍ଧରେ ଆଲୋଚନା କରିବେ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହମତିରେ ଉଭୟ ଦେଶ ମଧ୍ୟରେ ପ୍ରଥମ ଟୁ ପ୍ଲସ ଟୁ ବୈଠକ ଗତ ବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଷେତ୍ରୀୟ ସମୁଦ୍ରି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ବଳବତ୍ତର ରଖିବା, ବଜାର ଆଧାରି ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା, ସୁଶାସନ, ମୌଳିକ ଅଧିକାର ଏବଂ ସ୍ୱତନ୍ତ୍ରତାକୁ ସମର୍ଥନ କରିବା ଏବଂ ଅନ୍ୟ ଆର୍ଥିକ ଚାପକୁ ରୋକିବାର ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.