ETV Bharat / bharat

କୋରୋନା ଆଲର୍ଟ: ଏପ୍ରିଲ 14 ରୁ 20 ବେଙ୍ଗାଲୁରୁରେ 144 ଧାରା ଜାରି

author img

By

Published : Apr 15, 2020, 11:15 AM IST

ଏପ୍ରିଲ 20 ଯାଏଁ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ 144 ଧାରା ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ।

section 144
ବେଙ୍ଗାଲୁରୁରେ 144 ଧାରା ଜାରି

ବେଙ୍ଗାଲୁରୁ: ସମଗ୍ର ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ 20 ଯାଏଁ କର୍ଣ୍ଣାଟକ ରାଜଧାନୀ ବାଙ୍ଗାଲୁରୁରେ 144 ଧାରା ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବାଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ।

ସିଆରପିସିର ଧାରା 144 ଅନୁଯାୟୀ, ଗୋଟିଏ ସ୍ଥାନରେ ଚାରିରୁ ଉର୍ଦ୍ଧ୍ବ ଲୋକଙ୍କ ସମାବେଶ ହୋଇପାରିବ ନାହିଁ । ତେବେ ପୋଲିସ କମିଶନର ରାଓଙ୍କ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ସହରର ସମସ୍ତ ଅଞ୍ଚଳରେ ଏପ୍ରିଲ୍ 14 ରାତି 12ରୁ ଏପ୍ରିଲ 20 ରାତି 12 ଟା ପର୍ଯ୍ୟନ୍ତ ଧାରା 144 ବଳବତ୍ତର ରହିବ।

କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା 258 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 9 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.