ETV Bharat / bharat

ଲକ ଡାଉନ ପ୍ରଭାବ: ରାଜପଥରେ ବୁଲୁଛି ଚିତାବାଘ

author img

By

Published : May 14, 2020, 8:06 PM IST

ରାଜପଥରେ ବୁଲୁଛି ଚିତାବାଘ । ତେଲେଙ୍ଗାନା ରଙ୍ଗାରେଡ୍ଡିରେ ବାଘ ଆତଙ୍କ । ଅଧିକ ପଢନ୍ତୁ..

Search operation underway to rescue leopard in Telangana's Ranga Reddy
ରାଜପଥରେ ବୁଲୁଛି ଚିତାବାଘ

ହାଇଦ୍ରାବାଦ: ଲକ ଡାଉନ ଯୋଗୁଁ ଘରେ ରହିଛନ୍ତି ଲୋକେ । ଆଉ ସହର ମୁହାଁ ହୋଇଛନ୍ତି ଜଙ୍ଗଲୀ ପଶୁ । ତେବେ ଗୁରୁବାର ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଆତଙ୍କ ଖେଳାଇଛି ଏକ ଚିତାବାଘ । ଗୁରୁବାର ସକାଳ 8: 15 ରେ ଜାତୀୟ ରାଜପଥ 7 ରେ ସ୍ଥାନୀୟ ଲୋକ ଚିତାବାଘ ଦେଖିଥିଲେ।

ସଙ୍ଗେ ସଙ୍ଗେ ଭୟଭୀତ ହୋଇ ବନ ଅଧିକାରୀଙ୍କୁ ଖବର ଦେଇଥିଲେ । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଘଟି ରାଜପଥର ନିକଟ ଖୋଲା ସ୍ଥାନକୁ ଦୌଡ଼ିଯାଇଥିଲା। ଚପୋଲିସ ଓ ଜଙ୍ଗଲ ଅଧିକାରୀ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ଚିତାଟି ଆହତ ଥିବା ଜଣାପଡିଛି ।

ସମସାବାଦ ଡିସିପି ପ୍ରକାଶ ରେଡ୍ଡିଙ୍କ କହିବା ଅନୁସାରେ, ନେହେରୁ ପ୍ରାଣୀ ଉଦ୍ୟାନର ଅଧିକାରୀଙ୍କ ସହ ମିଳିତ ଭାବେ ଚାଲିଛି ଚିତାବାଘ ଉଦ୍ଧାର । ବାଘକୁ ଠାବ କରିବା ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.