ହାଇଦ୍ରାବାଦ: ଦେଶରେ ପ୍ରଥମ ଥର ମେଟ୍ରୋରେ ଏୟାରପୋର୍ଟ ଭଳି ସୁବିଧା ବା ଇନ୍-ଫ୍ଲାଇଟ୍ ଲାଇକ୍ ଫାସିଲିଟି । ଫିଲ୍ମ, ଗେମ୍ସ ଡାଉନଲୋଡ, ମ୍ୟୁଜିକ୍ ଫାସିଲିଟି ଆଦିର ସୁବିଧା ଦେବ । ଅନଲିମିଟେଡ୍ ଡାଟାର ବ୍ୟବହାର କରିପାରିବେ । ଏହି ସୁବିଧା ଆଣିଦେଇଛି ‘ସୁଗାରବକ୍ସ’ ନାମକ ଏକ ବେସରକାରୀ ସଂସ୍ଥା ।
ଭାରତରେ ପ୍ରଥମ କୌଣସି ମେଟ୍ରୋରେ ଏଭଳି ସୁବିଧା ଉପଲବ୍ଧ ହେବ । ଟେକନୋଲୋଜିରେ ଏହା ଏକ ପରିବର୍ତ୍ତନ । ୱାଇଫାଇର ସହାୟତାରେ ବିନା ଇଣ୍ଟରନେଟରେ ଆପଣ ବ୍ୟବହାର କରିବେ ଅନଲିମିଟେଡ୍ । ଫିଲ୍ମ ଡାଉନଲୋଡ ଠାରୁ ଆରମ୍ଭ କରି ଗେମ୍ସ ସବୁ ବ୍ୟବହାର କରିପାରିବେ ଓ ଏକସାଥିରେ ଅଧିକ ଆପ୍ ମଧ୍ୟ ବ୍ୟବହାର କରାଯାଇପାରିବ ।
ଫ୍ରି ୱାଇଫାଇ ସହ, ZEE5 ଆପ୍ ଓ ଫ୍ରିପ୍ଲେ ଆପ୍ ଆଦି କେବଳ ମୋବାଇଲ ନମ୍ବର ଦେଇ ରେଜିଷ୍ଟର କରିପାରିବେ । ବିନା ବଫରିଂରେ ଏହି ସେବା ଉପଲବ୍ଧ । ହାଇଦ୍ରାବାଦ୍ ମେଟ୍ରୋ ସହ ଅନ୍ୟ 10ଟି ସହରରେ ଏହି ବ୍ୟବସ୍ଥାକୁ ଖୁବ ଶୀଘ୍ର ଲାଗୁ କରାଯିବ ।