ETV Bharat / bharat

କେରଳରେ ଲହଡି ଭାଙ୍ଗୁଛି ସମୁଦ୍ର ପାଣି, 12 ରୁ ଉର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ - covid 19

କୋରୋନା କାଳରେ ପ୍ରକୃତିର କରାଳ ରୂପ। ଗୋଟିଏ ପଟେ ଲୋକେ ମହାମାରୀର ମହାଦଶାରୁ ଅଣ୍ଟାସଳଖି ପାରୁନଥିବା ବେଳେ ବନ୍ୟା, ଭୂମିକମ୍ପ ଓ ବର୍ଷାରେ ଭାସୁଛି ରାଜ୍ୟ। କେରଳରେ କିଛି ଗ୍ରାମରେ ଅଚାନକ ସମୁଦ୍ର ପାଣି ପଶିଆସିଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।

କେରଳରେ ଲହଢୀ ଭାଙ୍ଗୁଛି ସମୁଦ୍ର ପାଣି, 12 ରୁ ଉର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ

author img

By

Published : Jul 21, 2020, 9:34 AM IST

ଥିରୁଅନନ୍ତପୁରମ୍: ଦେଶର ବିଭିନ୍ନ ସ୍ଥାନରେ ଲାଗିରହିଛି ବନ୍ୟାର ପ୍ରକୋପ। ଆସାମ ବନ୍ୟା ପାଣିରେ ଉବୁଟୁବୁ ହେଉଥିବା ବେଳେ ନେପାଳରେ ଜଳବନ୍ଦୀ ଲୋକେ। ଏହି ସମୟରେ କେରଳ ଗ୍ରାମାଞ୍ଚଳରେ ଲହଢୀ ଭାଙ୍ଗୁଛି ସମୁଦ୍ର ପାଣି। ସୋମବାର ଆବାସିକ ଅଞ୍ଚଳରେ ସମୁଦ୍ର ଜଳ ପ୍ରବେଶ କରୁଥିବାବେଳେ ଦ୍ୱିତୀୟ ଦିନରେ ମଧ୍ୟ କୋଚିର ଉପକୂଳବର୍ତ୍ତୀ ଗ୍ରାମ ଚେଲାନାମରେ ଏହି ଜଳ ପ୍ରବେଶ ପ୍ରକ୍ରିୟା ଜାରି ରହିଛି।

ପୂର୍ବରୁ କୋରୋନାଭାଇରସ୍ ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇ ଆସୁଥିବା ଏହି ଗ୍ରାମଟି ଏକ କଣ୍ଟେନମେଣ୍ଟ ଜୋନରେ ରହିଛି ଏବଂ 200ରୁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସମୁଦ୍ର ଜଳ ଦ୍ୱାରା ଏହି ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ବୋଝ ଉପରେ ନଳିତା ବିଡା ସଦୃଶ ଉଭା ହୋଇଛି।

ଖବର ଅନୁଯାୟୀ, ସମୁଦ୍ରର ଉଚ୍ଚ ଢେଉରେ ଗୋଟିଏ ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା ବେଳେ ଏହି ଅଞ୍ଚଳର ପ୍ରାୟ 12ରୁ ଅଧିକ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥର ସମୁଦ୍ରର ଜଳରାଶି ସେହି ଅଞ୍ଚଳରେ ପ୍ରବେଶ କରିଛି ଯାହା ବିଗତ ଦିନ ଗୁଡିକରେ ପ୍ରଭାବିତ ହୋଇନଥିଲା ବୋଲି ସ୍ଥାନୀୟ ନେତାମାନେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ଜିଓଟେକ୍ସଟାଇଲ୍ ଟ୍ୟୁବ୍ ବ୍ୟବହାର କରି ସମୁଦ୍ର ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟ ଗତ ତିନିବର୍ଷ ଧରି ଅଟକି ରହିଛି। ଯେଉଁଥି ପାଇଁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.