ହାଇଦ୍ରାବାଦ: ଗ୍ଲୋବାଲ ୱାର୍ମିଂ(ବିଶ୍ବତାପନ) ଫଳରେ ବଢିବାରେ ଲାଗିଛି ସମୁଦ୍ରର ଜଳ ପତ୍ତନ। ଏହା ଯୋଗୁଁ ପ୍ରଭାବିତ ହେବେ ପ୍ରାୟ 30 କୋଟିରୁ ଊର୍ଦ୍ଧ୍ୱ ଲୋକ। ନିକଟରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆଗାମୀ 30 ବର୍ଷ ମଧ୍ୟରେ ସମୁଦ୍ରର ଉଚ୍ଚ ଲହଡି ଯୋଗୁଁ କୋଟିକୋଟି ଲୋକ ବାସହରା ହେବେ। ସମୁଦ୍ର ଯୋଗୁଁ ପ୍ରଭାବିତ ହେବାକୁ ଲୋକଙ୍କ ମଧ୍ୟରେ ପ୍ରାୟ ସାଢେ ତିନି କୋଟି ଭାରତୀୟ ସାମିଲ ରହିଛନ୍ତି।
ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ଅଙ୍ଗାରକାମ୍ଲର ପରିମାଣ ବୃଦ୍ଧି ପାଇବାରୁ ମେରୁ ଅଞ୍ଚଳରେ ଜମା ହୋଇଥିବା ଗ୍ଲେସିୟରର ତରଳିବାରେ ଲାଗିଛି। ଯାହା ଫଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି। ଏହାର ପ୍ରଭାବ ଉପକୂଳବର୍ତ୍ତୀ ଅନୁଭୂତ ହେବ। ଦେଶର ତଟବର୍ତ୍ତୀ ଅଞ୍ଚଳରେ ଏହା ଯୋଗୁଁ ପଡିବାକୁ ଥିବା ପ୍ରଭାବ ସାତଗୁଣା ଅଧିକ ଭୟଙ୍କର ସାବ୍ୟସ୍ତ ହେବ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଭାରତୀୟ ଜନସଂଖ୍ୟାର ଏକ ବଡ ଭାଗ ଉପରେ ବିପଦ ଆଗକୁ ଆସିବ।
ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ କେରଳ ଭଳି ସ୍ଥାନ ପରିବେଶରେ ହେଉଥିବା ପରିବର୍ତ୍ତନ ଭୟଙ୍କର ବିପଦର ସାମନା କରିବେ।
ଏସିଆ ମହାଦେଶ, ଖାସ କରି ଭାରତ ଭଳି ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତା 2050 ବେଳକୁ ଭାରତରେ ଘୂର୍ଣ୍ଣଝଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ସାତଗୁଣା ବୃଦ୍ଧି ପାଇବ। ଯଦି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଲର ପରିମାଣ ହ୍ରାସ ନ ପାଏ, ସାମୁଦ୍ରିକ ଘୂର୍ଣ୍ଣିଝଡ ସମୁଦ୍ରକୂଳିଆ ଅଞ୍ଚଳକୁ ଛାଡି ଅନ୍ୟସ୍ଥାନକୁ ବ୍ୟାପିଯିବାର ସମ୍ଭାବନା ରହିଛି।