ହାଇଦ୍ରାବାଦ: Queensland university ଅନୁସାରେ ଦିନକୁ ପ୍ରାୟ 50ମିନିଟ 2 ବର୍ଷରୁ କମ ବୟସର ଶିଶୁ ମୋବାଇଲ କିମ୍ବା ଲାପଟପ ସ୍କ୍ରିନ ଦେଖିଥାଆନ୍ତି । କିନ୍ତୁ ଜାତୀୟ ଗାଇଡଲାଇନ୍ସ ଅନୁସାରେ, 2 ବର୍ଷରୁ କମ ବୟସର ଶିଶୁଙ୍କୁ ବୈଦୁତିକ ସ୍କ୍ରିନ ଦେଖାଇବା କଥା ନୁହେଁ । ଏହି ଗାଇଡଲାଇନ ଶିଶୁଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ପରିବେଶ ଯୋଗାଇଦେବାକୁ ପ୍ରସ୍ତୁତ କରାଯାଇଛି । ଏତେ ମାତ୍ରାରେ ବୈଦୁତିକ ସ୍କ୍ରିନର ବ୍ୟବହାର ଦେଖି ଗବେଷକ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି UQ School of public healthର ଅଧ୍ୟାପକ ।
ବୟସ ବଢିବା ସହ ବୈଦୁତିକ ସ୍କ୍ରିନ ଦେଖିବାର ସମୟ ବଢିଚାଲିଛି । 3 ବର୍ଷର ଶିଶୁ ପ୍ରାୟ 94ମିନିଟ ସ୍କ୍ରିନ ଆଗରେ ବସିଥାଆନ୍ତି । ଏହାକୁ ରୋକିବା ପାଇଁ ଅଷ୍ଟ୍ରେଲିଆନ ସରକାର ଓ WHOର ମିଳିତ ପ୍ରୟାସରେ ‘Zero screen time’କୁ ପ୍ରମୋଟ୍ କରାଯାଉଛି । ଶିଶୁ ଅଧିକ ସମୟ ମୋବାଇଲ କିମ୍ବା ଲାପଟପ ସାମ୍ନାରେ ବସିବା ଉଚିତ ନୁହେଁ । ଏହାଦ୍ବାର ସେମାନଙ୍କ ଶାରୀରିକ, ମାନସିକ ବିକାଶ ହୋଇପାରିବ ନାହିଁ । ଏଥିପାଇଁ ଅଭିଭାବକଙ୍କୁ ସତର୍କ ହେବା ଜରୁରୀ ।
ବୈଦୁତିକ ସ୍କ୍ରିନ ଶିଶୁଙ୍କ ବିକାଶରେ ବାଧା ସୃଷ୍ଟି କରେ । ଶିଶୁଙ୍କ ଇଚ୍ଛା ଶକ୍ତିକୁ କମାଇବା ସହ ଶାରୀରିକ ଖେଳଭାବନାରେ ଆଘାତ ପହଞ୍ଚାଇ ଥାଏ । ଏହି ସମୟରେ ଶିଶୁଙ୍କ ଶାରୀରିକ ବିକାଶ ହେବା ସହ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆସେ । ଅନ୍ୟଙ୍କଠାରୁ ଦେଖି ସେମାନେ ଶିଖନ୍ତି ଓ ତାହା କରିବାକୁ ଇଚ୍ଛା କରନ୍ତି । ସାଧାରଣତଃ କର୍ମଜୀବି ମହିଳା କିମ୍ବା ଅବିଭାବକ କର୍ମ ବ୍ୟସ୍ତତା ମଧ୍ୟରେ ସମୟ ଦେଇ ନପାରି ଶିଶୁଙ୍କୁ ମୋବାଇଲର ଅଭ୍ୟାସ କରାଇଦିଅନ୍ତି ।
ମୋବାଇଲର ବ୍ୟବହାର ଶିଶୁଙ୍କ ପାଇଁ ସହଜ ହୋଇଥାଏ କାରଣ ମୋବାଇଲରେ ଥିବା ଅନେକ ଆପ୍ ଶିଶୁଙ୍କ ମନୋରଞ୍ଜନରେ ସହାୟକ ହୋଇଥାଏ । ମୋବାଇଲ ଶିଶୁଙ୍କୁ ସ୍ଥିର କରିଦେଇଥାଏ ତେଣୁ ଦୁଷ୍ଟ ନହେବା ପାଇଁ ଅଭିଭାବକ ମୋବାଇଲ ଧରାଇ ଦିଅନ୍ତି । ଛୋଟ ବୟସରେ ମୋବାଇର ନକାରତ୍ମକ ପ୍ରଭାବ ଅଧିକ ରହିଥାଏ । ଅଭିଭାବକଙ୍କୁ ନ୍ୟାସନାଲ ଗାଇଡଲାଇନକୁ ଅନୁକରଣ କରିବା ଆବଶ୍ୟକ । କାରଣ ଏହି ଗାଇଡଲାଇନ ଶିଶୁଙ୍କ ବିକାଶରେ ହିଁ ସହାୟତା କରିଥାଏ ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ