ETV Bharat / bharat

ଏସସିଓ: ଇମ୍ରାନଙ୍କୁ ଭେଟିବେନି ମୋଦି

ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ରୁଷ ରାଷ୍ଟ୍ରପତି ଏବଂ ଚୀନ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ମୋଦି ଏବଂ ଇମ୍ରାନଙ୍କ ମଧ୍ୟରେ କୌଣସି ପ୍ରକାର ବୈଠକ ହେବନାହିଁ ।

author img

By

Published : Jun 10, 2019, 7:45 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ ସହ ଆଲୋଚନା କରିବାକୁ ବାରମ୍ବାର ପ୍ରୟାସ କରୁଛି ପାକିସ୍ତାନ । ହେଲେ ପାକ୍‌ର ଦୋମୁହାଁ ନୀତି ପାଇଁ ଭାରତ ଏହାକୁ ଏଡାଇ ଦେଉଛି । ତେବେ ଇତିମଧ୍ୟରେ ସଙ୍ଘାଇ ସହଯୋଗ ସଂଗଠନ ବା ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ସାକ୍ଷାତ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ପୁର୍ଣ୍ଣଛେଦ ପକାଇଛି ଭାରତ । ସମ୍ମିଳନୀରେ ମୋଦି କେବଳ ରୁଷ ରାଷ୍ଟ୍ରପତି ଏବଂ ଚୀନ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବିଦେଶ ମନ୍ତ୍ରାଳୟର ସଚିବ ଗୀତେଶ ଶର୍ମା ଏନେଇ ଟ୍ବିଟ କରି ଜଣାଇଛନ୍ତି । ଏସସିଓ ଶିଖର ସମ୍ମିଳନୀରେ ପିଏମ ମୋଦିଙ୍କର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ସେପଟେ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ପାକିସ୍ତାନକୁ ନେଇ ସ୍ପଷ୍ଟ କରିଛନ୍ତି । ମୋଦି ଏବଂ ଇମ୍ରାନଙ୍କ ମଧ୍ୟରେ କୌଣସି ପ୍ରକାର ବୈଠକ ହେବନାହିଁ ବୋଲି ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

Intro:Body:

dfsf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.