ETV Bharat / bharat

'ବିଚାରଧାରାକୁ ପକେଟରେ ରଖି ଆରଏସଏସ ସହ ଚାଲିଗଲେ ସିନ୍ଧିଆ ' - rahul gandhi statement on scindia

ବିଜେପିରେ ସିନ୍ଧିଆଙ୍କ ସାମିଲକୁ ନେଇ ରାହୁଲ ଗାନ୍ଧୀଙ୍କ ବଡ ବୟାନ । ସିନ୍ଧିଆ ନିଜ ବିଚାରଧାରାକୁ ପକେଟରେ ରଖି ଆରଏସଏସ ସହ ଚାଲିଗଲେ ବୋଲି କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ସିନ୍ଧିଆ ନିଜ ବିଚାରଧାରାକୁ ପକେଟରେ ରଖି ଆରଏସଏସ ସହ ଚାଲିଗଲେ: ରାହୁଲ ଗାନ୍ଧୀ

author img

By

Published : Mar 12, 2020, 7:19 PM IST

Updated : Mar 12, 2020, 8:25 PM IST

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ସାମିଲ ହେବାକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସିନ୍ଧିଆଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ଏହା ଏକ ବିଚାରଧାରାର ଲଢେଇ । ମୁଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭଲଭାବେ ଜାଣିଛି । ତାଙ୍କ ସହ ମୋର ବନ୍ଧୁତ୍ବ ପୁରୁଣା । ଆମେ ଦୁଇ ଜଣ ଏକା ସହ କଲେଜରେ ପଢୁଥିଲୁ । ସେ ନିଜ ଭବିଷ୍ୟତକୁ ନେଇ ଭୟଭୀତ ଥିଲେ । ଏଥିପାଇଁ ସେ ନିଜ ବିଚାରଧାରାକୁ ପକେଟରେ ପୁରାଇ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ସହ ଚାଲିଗଲେ । ବିଜେପିରେ ସିନ୍ଧିଆଙ୍କୁ ତାଙ୍କ ସମ୍ମାନ ମିଳିବ ନାହିଁ ବୋଲି ରାହୁଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

'ବିଚାରଧାରାକୁ ପକେଟରେ ରଖି ଆରଏସଏସ ସହ ଚାଲିଗଲେ ସିନ୍ଧିଆ '

ଆର୍ଥିକ ସ୍ଥିତିକୁ ବି ନେଇ ରାହୁଲ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ସେୟାର ମାର୍କେଟ ଓ ଷ୍ଟକ ମାର୍କେଟ ବାରାମ୍ବାର ତଳକୁ ଖସୁଛି । କୋଟି କୋଟି ଲୋକଙ୍କ ଉପରେ ଏହାର ପ୍ରାବ ପଡୁଛି । ନରେନ୍ଦ୍ର ମୋଦି ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଦେଇଥିବା ରାହୁଲ କହିଛନ୍ତି ।

@ANI

Last Updated : Mar 12, 2020, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.