ETV Bharat / bharat

ଅର୍ଥନୈତିକ ଯୁଦ୍ଧ ଭିତରେ ଭ୍ୟାକସିନ୍ ନିର୍ମାଣରେ ଲାଗିଛନ୍ତି ଭାରତୀୟ ବୈଜ୍ଞାନିକ - ଅର୍ଥନୈତିକ ସମସ୍ୟା

ଏମଏସଏମଇ ଉପରେ ଆୟୋଜିତ ଏକ ଅନଲାଇନ୍ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ଆମେରିକାରେ କିଛି ଭ୍ୟାକସିନର ସଫଳ ପରୀକ୍ଷଣ ହୋଇଥିବା ଶୁଣିବାକୁ ମିଳିଛି । ଅଧିକ ପଢନ୍ତୁ...

ଅର୍ଥନୈତିକ ଯୁଦ୍ଧ ଭିତରେ ଭ୍ୟାକସିନ୍ ନିର୍ମାଣରେ ଲାଗିଛନ୍ତି ଭାରତୀୟ ବୈଜ୍ଞାନିକ

author img

By

Published : Jun 16, 2020, 5:57 PM IST

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ପରିସ୍ଥିତି ଯୋଗୁଁ ଅର୍ଥନୈତିକ ସମସ୍ୟା ଦେଖାଦେଇଛି । ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ତେବେ ଏହି ଅର୍ଥନୈତିକ ଯୁଦ୍ଧ ଭିତରେ ମଧ୍ୟ ଭାରତୀୟ ବୈଜ୍ଞାନିକ ଭ୍ୟାକସିନ୍ ତିଆରି କରିବାରେ ଲାଗିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ଏମଏସଏମଇ ଉପରେ ଆୟୋଜିତ ଏକ ଅନଲାଇନ୍ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ ଗଡକରୀ ଏହା କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଆମେରିକାରେ କିଛି ଭ୍ୟାକସିନର ସଫଳ ପରୀକ୍ଷଣ ହୋଇଥିବା ଶୁଣିବାକୁ ମିଳିଛି । ଭାରତରେ ମଧ୍ୟ ଅନେକ ବୈଜ୍ଞାନିକ ଓ ସଂସ୍ଥା ଏହା ଉପରେ କାର୍ଯ୍ୟ କରୁଛନ୍ତି । ଭ୍ୟାକସିନକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏବେ ଦେଶ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛି । ତଥାପି ବୈଜ୍ଞାନିକମାନେ ନିଜ କାର୍ଯ୍ୟରେ ଲାଗିଛନ୍ତି ବୋଲି ଗଡକରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ବର ନିବେଶକଙ୍କ ପାଇଁ ଏକ ଉତ୍ତମ ସ୍ଥାନ ହୋଇପାରିବ । ଏହାସହ ସେ କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାକୁ କମାଇବା ପାଇଁ ସେ କୌଣସି ପ୍ରକାର ମନ୍ତବ୍ୟ ଦେଇନାହାନ୍ତି । ଏପରି ମିଥ୍ୟା ଖବର ପ୍ରସାରଣକୁ ନେଇ ସେ ଦୁଃଖିତ । ଚାଷୀମାନେ ଏପରି ଖବରଠାରୁ ଦୂରରେ ରହିବା ସହ କେନ୍ଦ୍ର ସରକାରଙ୍କ ଉପରେ ବିଶ୍ବାସ ରଖିବା ଉଚିତ ବୋଲି ଗଡକରୀ ମନ୍ତବ୍ୟ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.