ETV Bharat / bharat

ଚନ୍ଦ୍ରପୃଷ୍ଠରେ ଫାଟ ଦେଖି ଆଶ୍ଚର୍ଯ୍ୟ ବୈଜ୍ଞାନିକ, ଜାଣନ୍ତୁ କ’ଣ ଏହାର ଗୁରୁତ୍ବ - ଚନ୍ଦ୍ରକୁ ନେଇ ଅଜଣା କଥା

ଚନ୍ଦ୍ରମା ଏକ ପ୍ରାକୃତିକ ଉପଗ୍ରହ ହୋଇଥିବା ବେଳେ ଏହାର ପୃଥିବୀ ପୃଷ୍ଠ ଉପରେ ରହିଛି ଅନେକ ପ୍ରଭାବ । ପୃଥିବୀ ପୃଷ୍ଠରେ ଥିବା ଜୁଆର ଭଟ୍ଟାକୁ ନିୟନ୍ତ୍ରଣ କରିବାରେ ଚନ୍ଦ୍ରମାର ଭୂମିକା ବେଶ ଗୁରୁତତ୍ବପୂର୍ଣ୍ଣ । ଏମିତିରେ ଏବେ ଚନ୍ଦ୍ରପୃଷ୍ଠରେ ଦେଖାଦେଇଥିବା ଫାଟକୁ ନେଇ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ।

crack on surface of moon, unknown fact, unknown fact on moon, research on moon, ଚନ୍ଦ୍ରପୃଷ୍ଠରେ ଫାଟ, ଅଜଣା କଥା, ଚନ୍ଦ୍ରକୁ ନେଇ ଅଜଣା କଥା, ଚନ୍ଦ୍ରକୁ ନେଇ ଅନୁସନ୍ଧାନ
ଚନ୍ଦ୍ରପୃଷ୍ଠରେ ଫାଟ ଦେଖି ଆଶ୍ଚର୍ଯ୍ୟ ବୈଜ୍ଞାନିକ, ଜାଣନ୍ତୁ କ’ଣ ଏହାର ଗୁରୁତ୍ବ
author img

By

Published : Oct 6, 2020, 2:43 PM IST

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରକୁ ନେଇ ବର୍ଷ ବର୍ଷ ଧରି ଜାରି ରହିଛି ଅନୁସନ୍ଧାନ । ବୈଜ୍ଞାନିକମାନେ ଦଶନ୍ଧି ଦଶନ୍ଧି ଧରି ଚନ୍ଦ୍ରପୃଷ୍ଠରେ ଜୀବନ ସତ୍ତାକୁ ନେଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଏହା ସମସ୍ତଙ୍କୁ ଜଣା କି ଚନ୍ଦ୍ରର ନିଜର ଆଲୋକ ନଥାଏ । ଏହା ସୂର୍ଯ୍ୟ ଆଲୋକର ପ୍ରତିଫଳନରେ ଆଲୋକିତ ହୋଇଥାଏ । ଏହା ବ୍ୟତୀତ ଏହାର ଅନ୍ୟ ଗୂଢ ରହସ୍ୟ ପର୍ଦ୍ଦାଫାସ କରିବା ପାଇଁ ନାସା ଚେଷ୍ଟା ଚଳାଇଥିବା ବେଳେ ନିକଟ ଅତୀତରେ ଲଞ୍ଚ ହୋଇଛି ଅନେକ ମିଶନ । ଏମିତିରେ ଏବେ ଚନ୍ଦ୍ରପୃଷ୍ଠରେ ଦେଖାଦେଇଥିବା ଫାଟକୁ ନେଇ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ।

ଚନ୍ଦ୍ରମା ଏକ ପ୍ରାକୃତିକ ଉପଗ୍ରହ ହୋଇଥିବା ବେଳେ ଏହାର ପୃଥିବୀ ପୃଷ୍ଠ ଉପରେ ରହିଛି ଅନେକ ପ୍ରଭାବ । ପୃଥିବୀ ପୃଷ୍ଠରେ ଥିବା ଜୁଆର ଭଟ୍ଟାକୁ ନିୟନ୍ତ୍ରଣ କରିବାରେ ଚନ୍ଦ୍ରମାର ଭୂମିକା ବେଶ ଗୁରୁତତ୍ବପୂର୍ଣ୍ଣ । ସେପଟେ ନାବିକ ତଥା ସାଧାରଣ ଲୋକେ ପୂର୍ବ କାଳରେ ଏହାକୁ ଦେଖି ଦିଗ ନିର୍ଦ୍ଧାରଣ କରୁଥିଲେ । ଅନେକ ଦେଶରେ ଏହାର ଚଳନ ଉପରେ କ୍ୟାଲେଣ୍ଡର ନିର୍ଦ୍ଧାରିତ ହେବାର ମଧ୍ୟ ନଜିର ରହିଛି ।

ଯଦି ଚନ୍ଦ୍ର ନଥାଆନ୍ତା, ତାହେଲେ ହୁଏତ ଦିନ ରାତି 24 ଘଣ୍ଟା ବଦଳରେ କେବଳ 6ରୁ 12 ଘଣ୍ଟା ହୋଇଥାଆନ୍ତା । ସେପଟେ ଗୋଟିଏ ବର୍ଷରେ 365 ଦିନ ବଦଳରେ 1000 କିମ୍ବା 1400 ଦିନ ହୋଇଥାଆନ୍ତା ବୋଲି ଆକଳନ କରାଯାଇଛି । ଚନ୍ଦ୍ର ବିଷୟରେ ସାଧାରଣରେ ଅନେକ କଥା ଜଣା ଥିବା ବେଳେ ବୈଜ୍ଞାନିକମାନଙ୍କ ବିଶ୍ବାସ ରହିଛି କି ଚନ୍ଦ୍ର ବିଷୟରେ ଅଧ୍ୟୟନ କଲେ ଉଭୟ ଚନ୍ଦ୍ର ଓ ପୃଥିବୀର ଉତ୍ପତ୍ତି ସମ୍ପର୍କରେ ତଥ୍ୟ ହାସଲ ହୋଇପାରିବ ।

ସେପଟେ ନାସାର ଆପୋଲୋ ଅଭିଯାନ ଦ୍ବାରା ଚନ୍ଦ୍ରୁ ଅଣାଯାଇଥିବା ପଥରର ଅଧ୍ୟୟନରୁ ଜଣା ପଡିଛି କି ପୃଥିବୀ ଓ ଚନ୍ଦ୍ରର ଉତ୍ପତ୍ତି ପ୍ରାୟ ସମାନ ସମୟରେ ଅର୍ଥାତ 4.6 ଅୟୁତ ବର୍ଷ ପୂର୍ବେ ହୋଇଥିଲା । ତେବେ ପ୍ରତିବର୍ଷ ବିଭିନ୍ନ ମିଶନ ଜରିଆରେ ବିଶ୍ବବ୍ୟାପୀ ମହାକାଶ ଗବେଷଣା ସଂସ୍ଥା ଚନ୍ଦ୍ର ପୃଷ୍ଠକୁ ନେଇ ଅଧ୍ୟୟନ ଜାରି ରଖିଥିବା ବେଳେ ସ୍ମିଥସନ ଇନଷ୍ଟିଚ୍ୟୁଟର ଅଧ୍ୟୟନ ପ୍ରକାଶ କରିଛି କି ଚନ୍ଦ୍ରରେ ଦେଖାଦେଇଛି ଏକ ଭିନ୍ନ ଧରଣର ଫାଟ । ଆପୋଲୋ 17ରେ ଥିବା ସେନ୍ସର ଦ୍ବାରା ଏହି ଫାଟ ସମ୍ପର୍କରେ ସୂଚନା ମିଳିଥିଲା ।

ତେବେ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ମତାନୁଯାୟୀ ଏକ ଶକ୍ତ ଝଟକା ଯୋଗୁଁ ଚନ୍ଦ୍ରରେ ଏପରି ଫାଟ ସୃଷ୍ଟି ହୋଇଥାଇପାରେ । ଏହି ଝଟକାର ତୀବ୍ରତା ରିକ୍ଟର ସ୍କେଲରେ 5.5 ବୋଲି ରେକର୍ଡ କରାଯାଇଛି । ଏତିକି ତୀବ୍ରତାରେ ପୃଥିବୀରେ ପ୍ରଳୟ ଆସିଯାଇପାରେ । ତେବେ ଏହି ଘଟଣାରୁ ଚନ୍ଦ୍ରରେ ମଧ୍ୟ ଭୂକମ୍ପ ପରି ଘଟଣାର ପ୍ରମାଣ ମିଳୁଥିବାର ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ଭବିଷ୍ୟତରେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ମଣିଷର ସ୍ଥିତି ନେଇ ଚିନ୍ତା କରୁଥିବା ବେଳେ ଚନ୍ଦ୍ର ପୃଷ୍ଠରେ ଭୂକମ୍ପ ପରି ଶକ୍ତ ଝଟକାର ପ୍ରମାଣ ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଥିବା ଜଣା ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.