ନୂଆଦିଲ୍ଲୀ: ଅନଲକ୍ 2 ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜୁଲାଇ 31 ତାରିଖ ଯାଏଁ ସାରା ଦେଶରେ ସ୍କୁଲ, କଲେଜ, ଜିମ୍, ମେଟ୍ରୋ, କୋଚିଂ ସେଣ୍ଟର ବନ୍ଦ ରହିବ। କୋରୋନାର ଲଗାତାର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଏପରି ନିଷ୍ପତ୍ତି ନେଇଛି ।
ଜୁଲାଇ 31 ଯାଏଁ ନିଷେଧ କରାଯାଇଥିବା ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅନ୍ତର୍ଜାତୀୟ ବିମାନ, ମେଟ୍ରୋ ସେବା, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ବାର୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି । ସେହିପରି ରାଜନୈତିକରେ ବଡ଼ଧରଣର ସମାବେସ, ଧାର୍ମିକ କାର୍ଯ୍ୟକୁ ମଧ୍ୟ ନିଷେଧ କରାଯାଇଛି ।