ETV Bharat / bharat

ମାଙ୍କଡଙ୍କ ଆକ୍ରମଣରେ ସ୍କୁଲ କର୍ମଚାରୀ ଆହତ, ଦେଖନ୍ତୁ ଭିଡିଓ ....

ହିମାଚଳପ୍ରଦେଶର ହମୀରପୁର ସ୍ଥିତ ଏକ ସ୍କୁଲର କର୍ମଚାରୀଙ୍କୁ ଦଳେ ମାଙ୍କଡ ଆକ୍ରମଣ କରିବା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

author img

By

Published : Aug 23, 2019, 1:33 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସିମଲା: ହିମାଚଳପ୍ରଦେଶର ହମୀରପୁରରେ ମାଙ୍କଡମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ହମୀରପୁର ଜିଲ୍ଲାସ୍ଥିତ ବାରି ପଞ୍ଚାୟତରେ ଥିବା ଏକ ସ୍କୁଲର ଜଣେ କର୍ମଚାରୀଙ୍କୁ ମାଙ୍କଡ ମାନେ ଆକ୍ରମଣ କରିଥିଲେ । ଏଥିରେ କର୍ମଚାରୀ ସ୍ନେହଲତା ଗୁରୁତର ହୋଇଛନ୍ତି । ଏହି ଘଟଣା ସ୍କୁଲରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଗତ କିଛିଦିନ ହେବ ଉକ୍ତ ପଞ୍ଚାୟତର ଗ୍ରାମବାସୀମାନେ ମାଙ୍କଡଙ୍କ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ତେବେ ସ୍ନେହଲତା ସ୍କୁଲରୁ ଘରକୁ ଯାଉଥିବା ସମୟରେ ଦଳେ ମାଙ୍କଡ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରୁ ବଞ୍ଚିବା ପାଇଁ ସେ ଦୌଡି ସ୍କୁଲ ଭିତରେ ପଶିଯାଇଥିଲେ ହେଲେ ମାଙ୍କଡ ମାନେ ମଧ୍ୟ ତାଙ୍କୁ ଗୋଡାଇ ଆକ୍ରମଣ କରିଥିଲେ । ଆଉ ସେ ଘଉଡାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନେ ଶୁଣିନଥିଲେ । ସ୍କୁଲ ପ୍ରଶାସନ ପକ୍ଷରୁ କ୍ରମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଅଞ୍ଚଳରେ ମାଙ୍କଡଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସେମାନଙ୍କ ଆକ୍ରମଣରେ ଅନେକ ବେଳେ କେହି ନା କେହି ଆହତ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏହି ସ୍କୁଲରେ 600ରୁ ଅଧିକ ବିଦ୍ୟାର୍ଥୀ ପଢୁଥିବାବେଳେ ମାଙ୍କଡଙ୍କର ଏଭଳି କାରନାମାକୁ ନେଇ ଶିକ୍ଷକ ଓ ଅବିଭାବକ ଉଭୟ ଚିନ୍ତାରେ । ଘଟଣାରେ ସରପଞ୍ଚ କହିଛନ୍ତି ସେ ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ଆଉ ଖାଲି ସ୍ଥାନ କିମ୍ବା ଜଙ୍ଗଲରେ ନେଇ ମାଙ୍କଡଙ୍କୁ ଛାଡିବା ପାଇଁ ଅନୁରୋଧ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.