ETV Bharat / bharat

ବର୍ଷାରେ ବେହାଲ ମାୟାନଗରୀ: ସ୍କୁଲ-କଲେଜ ଛୁଟି, ଆହୁରି 3 ଦିନ ବର୍ଷିବ - ଜଳ ନିଷ୍କାସନ

ବର୍ଷାରେ ଉବୁଟୁବୁ ମୁମ୍ବାଇ । ମୁମ୍ବାଇ, ଥାନେ ଓ କୋଙ୍କଣରେ ସମସ୍ତ ସ୍କୁଲ କଲେଜ ଛୁଟି ନେଇ ସରକାର ଘୋଷଣା କରିଛନ୍ତି । ପାଣିପାଗ ବିଭାଗ ସୂଚନାନୁଯାୟୀ ମୁମ୍ବାଇରେ ଆହୁରି 2 ରୁ 3 ଦିନ ବର୍ଷା ହେବାର ସମମ୍ଭାବନା ରହିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 5, 2019, 10:07 AM IST

ମୁମ୍ବାଇ: ବର୍ଷାରେ ଉବୁଟୁବୁ ମୁମ୍ବାଇ । ରାସ୍ତା ଠୁ ଆରମ୍ଭ କରି ଘର ଦ୍ବାର ସବୁଠି ବର୍ଷା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ତେବେ ଏହାକୁ ନଜରରେ ରଖି ମୁମ୍ବାଇ, ଥାନେ ଓ କୋଙ୍କଣରେ ସମସ୍ତ ସ୍କୁଲ କଲେଜ ଛୁଟି ନେଇ ସରକାର ଘୋଷଣା କରିଛନ୍ତି ।

ସେପଟେ ଭାରି ବର୍ଷା ଯୋଗୁଁ ବିମାନ ଗୁଡିକ ବିଳମ୍ବରେ ଛାଡୁଛି । ଫଳରେ କିଛି ଯାତ୍ରୀ ବିମାନବନ୍ଦର ବାହାରେ ଶୋଇଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ସୂଚନାନୁଯାୟୀ ମୁମ୍ବାଇରେ ଆହୁରି 2 ରୁ 3 ଦିନ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଦରକାର ପଡିଲେ ହିଁ ଲୋକେ ଘରୁ ବାହରନ୍ତୁ ବୋଲି ଉପଦେଶ ଦେଇଛି ପାଣିପାଗ ବିଭାଗ । ତେବେ ପ୍ରବଳ ବର୍ଷା ନେଇ ମୁମ୍ବାଇ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Heavy rain fall in Mumbai
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ ନଗରପାଳିକା ନିଗମ ସମସ୍ତ ସ୍କୁଲ କଲେଜ ଛୁଟି କରିବାକୁ ଆଦେଶ ଦେବା ସହ ସ୍ଥାନୀୟବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି । ଜଳ ନିଷ୍କାସନ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ବିଏମସି ସୂଚନା ଦେଇଛି । ସେପଟେ ବିମାନ ଚଳାଚଳରେ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ସମସ୍ତ ବିମାନ 10 ରୁ 15 ମିନିଟ ବିଳମ୍ବରେ ଛାଡୁଥିବା ସୂଚନା ରହିଛି । ସେପଟେ ପାଲଘର ଓ ଥାନେ ରେ 17, 18 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ମୁମ୍ବାଇର ତଳିଆ ଅଞ୍ଚଳ ଗୁଡିକରେ 6-12 ଇଞ୍ଚ୍‌ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇଥିବା ଦେଖାଦେଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.