ETV Bharat / bharat

ଶାହିନ ବାଗ ପ୍ରଦର୍ଶନ: ଆଜି ସୁପ୍ରମିକୋର୍ଟରେ ଶୁଣାଣି

author img

By

Published : Feb 10, 2020, 5:19 AM IST

Updated : Feb 10, 2020, 8:07 AM IST

ଶାହିନ ବାଗ ପ୍ରଦର୍ଶନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି । ପ୍ରଦର୍ଶନ ସମୟରେ 4 ମାସର ଶିଶୁର ହୋଇଥିଲା ମୃତ୍ୟୁ । ଅଧିକ ପଢନ୍ତୁ...

ଶାହିନ ବାଗ ପ୍ରଦର୍ଶନ: ଆଜି ସୁପ୍ରମିକୋର୍ଟରେ ଶୁଣାଣି
ଶାହିନ ବାଗ ପ୍ରଦର୍ଶନ: ଆଜି ସୁପ୍ରମିକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଶାହିନ ବାଗର ପ୍ରଦର୍ଶନ ବିରୋଧରେ ଦାଖଲ ହୋଇଥିବା ଯାଚିକା ଉପରେ ସୋମବାର ଶୁଣାଣି କରିବେ ସୁପ୍ରମିକୋର୍ଟ । ଶୁକ୍ରବାର ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଶୁଣାଣି ସୋମବାର ହେବା ନେଇ କହିଥିଲେ କୋର୍ଟ । 8 ଫେବୃଆରୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି ।

ଦିଲ୍ଲୀର ଶାହିନ ବାଗରେ ଗତ 50 ଦିନ ଧରି ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ପ୍ରଦର୍ଶନ ହୋଇଆସୁଛି । ଏହି ପ୍ରଦର୍ଶନରେ 4 ମାସର ଶିଶୁର ମୃତ୍ୟୁ ମାମଲାକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏ ନେଇ ଶାହିନବାଗର ସଡକ ଖାଲି କରାଇବା ସହ ପ୍ରଦର୍ଶନକାରୀଙ୍କୁ ସେଠାରୁ ହାଟାଇବା ନିଷ୍ପତ୍ତି ଉପରେ ସୋମବାର କୋର୍ଟ ଶୁଣାଣି କରିବେ । ଏହି ଯାଚିକାର ଶୁଣାଣିର 7 ଫେବୃୟାରୀକୁ ହେବାକୁ ଥିବାବେଳେ, ଦିଲ୍ଲୀ ନିର୍ବାଚନ ଏହାର ଶୁଣାଣିକୁ ଘୁଞ୍ଚେଇ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ଯାଚିକା ଓକିଲ ଓ ସାମାଜିକ କାର୍ଯ୍ୟକର୍ତ୍ତା ଅମିତ ଶାହନୀଙ୍କ ପକ୍ଷରୁ ଦାୟର କରାଯାଇଥିଲା । ଏହା ସହିତ ପ୍ରଦର୍ଶନ ବେଳେ ସୃଷ୍ଟି ହୋଇଥିବା ହିଂସା ମଧ୍ୟ ରୋକିବାକୁ ସୁପ୍ରିମକୋର୍ଟର କୌଣସି ଅବସରପ୍ରାପ୍ତ ଜଜ କିମ୍ବା ହାଇକୋର୍ଟର କୌଣସି ଏକ ଜଜଙ୍କୁ ନିୟୋଜିତ କରିବାକୁ ଦାବି କରିଥିଲେ ।

Intro:Body:

odisha

Conclusion:
Last Updated : Feb 10, 2020, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.