ETV Bharat / bharat

ୟେଦ୍ଦରୁପ୍ପାଙ୍କୁ ଝଟକା, 9 ବର୍ଷ ପୁରୁଣା ଭ୍ରଷ୍ଟାଚାର ମାମଲାର ହେବ ଶୁଣାଣି - shivakumar

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ପରେ ୟେଦ୍ଦରୁପ୍ପାଙ୍କୁ ଝଟକା ଲାଗିଛି । ତାଙ୍କ ନାଁରେ ଥିବା 9 ବର୍ଷ ପୁରୁଣା ଭଷ୍ଟ୍ରାଚାର ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 27, 2019, 12:59 PM IST

ବେଙ୍ଗାଲୁରୁ: ଖୋଲିବ 9 ବର୍ଷ ପୁରୁଣା ଭଷ୍ଟ୍ରାଚାର ମାମଲା । କାଠଗଡାରେ ଠିଆ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ୟେଦ୍ଦରୁପ୍ପା । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ବଢିଯାଇଛି ୟେଦ୍ଦରୁପ୍ପାଙ୍କ ସମସ୍ୟା । ୟେଦ୍ଦରୁପ୍ପାଙ୍କ ବିରୋଧରେ ଦାଖଲ ହୋଇଥିବା 9 ବର୍ଷ ପୁରୁଣା ଭ୍ରଷ୍ଟାଚାର ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ମାମଲାରେ ୟେଦ୍ଦରୁପ୍ପାଙ୍କ ସହ-ଅଭିଯୁକ୍ତ ଭାବରେ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ନାମ ମଧ୍ୟ ରହିଛି ।

ସୂଚନାଯୋଗ୍ୟ ଯେ, 2010 ମସିହାରେ ୟେଦ୍ଦରୁପ୍ପା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସରକାରୀ ଜମିକୁ ବେଆଇନ ଭାବରେ କବଜା କରିଥିବା ଅଭିଯୋଗ ହୋଇଥିଲା । ଏହି କାମରେ ତାଙ୍କୁ ଡିକେ ଶିବକୁମାର ସହାଯ୍ୟ କରିଥିବା ଏହି ଅଭିଯୋଗରେ କୁହାଯାଇଥିଲା । ତେବେ ଏହି ମାମଲାର ଅଭିଯୋଗକାରୀ କବ୍ବାଲେ ଗୌଡା ଚଳିତ ବର୍ଷ ଫେବୃଆରୀରେ ନିଜ ଅଭିଯୋଗକୁ ଫେରାଇ ନେଇଥିଲେ । କିନ୍ତୁ ଏକ ସ୍ବେଚ୍ଛାସେବୀ ସଂଗଠନ ବନ୍ଦ ହୋଇଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ପୁଣିଥରେ କରାଯାଉ ବୋଲି ଏକ ଯାଚିକା ଦାଖଲ କରିଥିଲେ । ଯାହାର ଶୁଣାଣି ପାଇଁ ମାନନୀୟ ଅଦାଲତ ସହମତି ପ୍ରକାଶ କରିଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.