ETV Bharat / bharat

ନଡା ଜଳାଇବା ସମସ୍ୟାର ସମାଧାନ ପାଇଁ ନୂଆ ଆଇନ ଆଣିବେ କେନ୍ଦ୍ରସରକାର

author img

By

Published : Oct 26, 2020, 4:09 PM IST

ନଡ଼ା ଜଳାଇବା ସମସ୍ୟାର ସାମାଧାନ ପାଇଁ ନୂଆ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସରକାର ତାଙ୍କ ତରଫରୁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରୁଥିବାରୁ କୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ...

ନଡା ଜଳାଇବା ସମସ୍ୟାର ସମାଧାନ ପାଇଁ ନୂଆ ଆଇନ ଆଣିବେ କେନ୍ଦ୍ରସରକାର
ନଡା ଜଳାଇବା ସମସ୍ୟାର ସମାଧାନ ପାଇଁ ନୂଆ ଆଇନ ଆଣିବେ କେନ୍ଦ୍ରସରକାର

ନୂଆଦିଲ୍ଲୀ: ନଡ଼ା ଜଳାଇବା ସମସ୍ୟାର ସାମାଧାନ ପାଇଁ ନୂଆ ଆଇନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନୂଆ ଆଇନ ଆଧାରରେ ଗୋଟିଏ ସଂସ୍ଥାର ଗଠନ କରାଯିବ ବୋଲି ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଏହି ସଂସ୍ଥା ସମସ୍ତ ରାଜ୍ୟ ସହ ସମନ୍ବୟ ରକ୍ଷ କରି ସମସ୍ୟାର ସମାଧାନ କରିବ । ପଞ୍ଜାବ, ହରିୟାଣା, ଓ ପଶ୍ଚିମ ଉତ୍ତରପ୍ରଦେଶରେ ଫସଲର ଅବଶେଷ ଜଳାଯିବା ଦ୍ବାର ଏଥିରୁ ଉତ୍ପନ୍ନ ଧୁଆଁ ପ୍ରତ୍ୟେକ ବର୍ଷ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ବଡ କାରଣ ପାସଟିଥାଏ ।

16 ଅକ୍ଟୋବରରେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ମଦନ ଲୋକୁରଙ୍କୁ ନଡ଼ା ଜଳାଇବା ସମସ୍ୟାର ମୁକାବିଲା କରିବାର ଦାୟିତ୍ବ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଜଷ୍ଟିସ ଲୋକୁରଙ୍କ ଜଣିକିଆ କମିଟି ରାଜ୍ୟରୁ ଏକ ରିପୋର୍ଟ ନେଇ ଆବଶ୍ୟକ ନିର୍ଦ୍ଦେଶ ଦେବେ। ଏହି କମିଟି ଏନସିସି, ଏନଏସଏସ ଏବଂ ସ୍କାଉଟର ସଦସ୍ୟଙ୍କ ମାଧ୍ୟମରେ ରାଜ୍ୟ ଉପରେ ନଜର ରଖିବ। କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ କୋର୍ଟ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ସରକାର ତାଙ୍କ ତରଫରୁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରୁଥିବାରୁ କୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଆବେଦନକାରୀ ଆଦିତ୍ୟ ଦୁବେଙ୍କ ଆଇନଜୀବୀ ବିକାଶ ସିଂ ବିରୋଧ କରିଥିଲେ। ସେ କହିଛନ୍ତି, ଚଳିତ ବର୍ଷ ମଧ୍ୟ ପ୍ରଦୂଷଣ ସମସ୍ୟା ଆରମ୍ଭ ହୋଇଛି। ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କମିଟି ଗଠନ କରିଥିଲେ। ହେଲେ ବର୍ତ୍ତମାନ ସରକାର ଏକ ନୂତନ ବ୍ୟବସ୍ଥା କରିବାକୁ କହୁଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ 1 ବର୍ଷ ସମୟ ଲାଗିପାରେ। ଚଳିତ ବର୍ଷ ଦିଲ୍ଲୀ ଏନସିଆର ଲୋକଙ୍କୁ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡ଼ିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ଆବେଦନକାରୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି, ଆମ ସରକାର ବହୁତ ଦ୍ରୁତ ଗତିରେ କାମ କରନ୍ତି। ଆପଣ ନିଶ୍ଚିତ ହୁଅନ୍ତୁ। ଗଠନ ହେବାକୁ ଥିବା ନୂଆ ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ନଡା ଜଳିବା ଯୋଗୁଁ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରାଯିବ। ତେବେ ଆମିକସକ୍ୟୁରି ଭାବରେ ଏହି ମାମଲାରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ମଧ୍ୟ କେନ୍ଦ୍ରର ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.